ନାବାଳିକାକୁ ଯୌନ ନିର୍ଯାତନା ଓ ସୁନା ଚୋରିରେ ୪ ଗିରଫ
ଗଂଜାମ, 12 ଅଗଷ୍ଟ (ହି.ସ.) ବଡ଼ବଜାର ଥାନା ପୋଲିସ ଜଣେ ସତର ବର୍ଷୀୟା ନାବାଳିକାଙ୍କ ଅଭିଯୋଗ ଆଧାରରେ ମାମଲା ନମ୍ବର ଛଅ ଶହ ସାତ ଦୁଇ ହଜାର ଛବିଶ ରୁଜୁ କରିଛି। ଅଭିଯୋଗ ଅନୁସାରେ ମୁଖ୍ୟ ଅଭିଯୁକ୍ତ ରାଜେଶ ପାଣିଗ୍ରାହୀନାବାଳିକା ପରିବାରକୁ କ୍ଷତି ପହଞ୍ଚାଇବାର ଧମକ ଦେଇ ବାରମ୍ବାର ନାବାଳିକାଙ୍କୁ ଯୌନ
Qertyu


ଗଂଜାମ, 12 ଅଗଷ୍ଟ (ହି.ସ.) ବଡ଼ବଜାର ଥାନା ପୋଲିସ ଜଣେ ସତର ବର୍ଷୀୟା ନାବାଳିକାଙ୍କ ଅଭିଯୋଗ ଆଧାରରେ ମାମଲା ନମ୍ବର ଛଅ ଶହ ସାତ ଦୁଇ ହଜାର ଛବିଶ ରୁଜୁ କରିଛି।

ଅଭିଯୋଗ ଅନୁସାରେ ମୁଖ୍ୟ ଅଭିଯୁକ୍ତ ରାଜେଶ ପାଣିଗ୍ରାହୀନାବାଳିକା ପରିବାରକୁ କ୍ଷତି ପହଞ୍ଚାଇବାର ଧମକ ଦେଇ ବାରମ୍ବାର ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପରେ ସେ ଓ ଅନ୍ୟମାନେ ଘରୁ ସୁନା ଅଳଙ୍କାର ଚୋରି କରି ତରଳାଇ ବିକ୍ରି କରିଦେଇଥିଲେ। ସେଇ ଟଙ୍କାରେ ଦୁଇଟି ଚାରି ଚକିଆ ଗାଡ଼ି ଓ ଗୋଟିଏ ଦୁଇ ଚକିଆ ଗାଡ଼ି କିଣିଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ- ରାଜେଶ ପାଣିଗ୍ରାହୀ ଉର୍ଫ ରାଣୀ ପଣ୍ଡା, ବୟସ ଛବିଶ, ଶିବା ସ୍ୱାଇଁ, ବୟସ ୩୨, ଏ. ମନୋଜ କୁମାର ସେନାପତି, ବୟସ ୬୭, କେ. ମଲ୍ଲିକା ଅର୍ଜୁନ ରାଓ, ବୟସ ଷାଠିଏ । ଦୁଇଟି ଚାରି ଚକିଆ ଗାଡ଼ି, ଗୋଟିଏ ଦୁଇ ଚକିଆ, ତରଳା ସୁନା ଛପନ ଦଶମିକ ପାଞ୍ଚଶହ ଗ୍ରାମ, ମୋବାଇଲ୍ ଓ ପନ୍ଦର ଲକ୍ଷ ଟଙ୍କା ନଗଦ ପୁଲିସ ଜବତ କରିଛି।

ଗତକାଲି ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande