
କନ୍ଧମାଳ , ୧୨ ଅଗଷ୍ଟ (ହି.ସ.) ଭାରତୀୟ ପାଠାଗାର ଜନକ ସିୟାଳି ରାମମୂର୍ତ୍ତି ରଙ୍ଗନାଥନ ଙ୍କ ଜନ୍ମ ଜୟନ୍ତୀକୁ ସାରା ଦେଶ ଗ୍ରନ୍ଥାଗାରିକ ଦିବସ ରୂପେ ପାଳନ କରୁଥିବା ବେଳେ । ଜିଲ୍ଲା ଇ-ପାଠାଗାର ମଧ୍ୟ ସେଥିରୁ ବାଦ୍ ପଡ଼ିନାହିଁ । ଇ- ପାଠାଗାର ଗ୍ରନ୍ଥାଗାରିକ ଶିବ ସୁନ୍ଦର ସାହୁ ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇ ଯାଇଛି ଗ୍ରନ୍ଥାଗାରିକ ଦିବସ। ଅତିଥି ରୂପେ ନିକଟସ୍ଥ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ଅମିତ୍ କୁମାର ବେହେରା ଏସ ଆର୍ ରଙ୍ଗାନାଥନ୍ ଙ୍କ ଭାରତୀୟ ପାଠାଗାର ବିଦ୍ଧିବଦ୍ଧ ଯୋଜନା ରେ ଅବଦାନ କୁ ବଖାଣିବା ସହ ଇ - ପାଠାଗାର ପାଠକ ପାଠିକା ଙ୍କ ଉତ୍ସାହ କୁ ସାଧୁବାଦ ଜଣାଇଥିଲେ। ଅନ୍ୟତମ ଅତିଥି ରୂପେ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଗ୍ରନ୍ଥାଗାରିକ ନରେଶ କୁମାର ବେହେରା ପାଠାଗାରରେ ରଙ୍ଗନାଥନ ଙ୍କ ଦ୍ଵାରା ପ୍ରଚଳିତ ପଞ୍ଚନୀତି, ବିଭାଗୀକରଣ ର ସୁପ୍ରଚଳନ ସହ ଇ- ପାଠାଗାରର ନିରବଚ୍ଛିନ୍ନ ସଫଳତା ଓ ପାଠକ ପାଠିକା ଙ୍କ ସଂଖ୍ୟା ବୃଦ୍ଧି କୁ ପ୍ରଶଂସା କରିଥିଲେ । ଗ୍ରନ୍ଥାଗାରିକ ଶ୍ରୀ ସାହୁ ଇ - ପାଠାଗାର ପ୍ରତିଷ୍ଠାତା ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସ ଙ୍କ ଅବଦାନକୁ ମନେପକାଇବା ସହ ପାଠାଗାର ଉନ୍ନତି ପାଇଁ ଜିଲ୍ଲାପାଳ ଓ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକଙ୍କ ପ୍ରତ୍ୟକ୍ଷ ଚେଷ୍ଟା କୁ ପ୍ରତିପାଦନ କରିଥିଲେ। ଦିବସର ମହତ୍ଵ କହିବା ସହ ଆଗାମୀ ଦିନରେ ଗାଁ ଗାଁ ରେ ପହଞ୍ଚି ଶିଶୁ ଓ ଯୁବକ ଯୁବତୀ ଙ୍କୁ ପୁସ୍ତକଉମ୍ମୁଖି କରିବା ନିମନ୍ତେ ଛୁଟି ଦିନରେ ଭ୍ରାମ୍ୟମାଣ ପାଠାଗାର ର ଅଭିନବ ଚିନ୍ତା ପରିପ୍ରକାଶ କରିଥିଲେ। ସହ - ଗ୍ରନ୍ଥାଗାରିକ ପ୍ରଭାତ କୁମାର ଦାସ ଅତିଥି, ପାଠକ ପାଠିକା ଙ୍କୁ ଧନ୍ୟବାଦ ଦେଇଥିଲେ । ପାଠାଗାର କର୍ମକର୍ତ୍ତା ସରସ୍ୱତୀ ବିନ୍ଧାଣୀ, ଆଶାଲତା ଦିଗାଲ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ