ନିଯୁକ୍ତି ଶେରଗଡ଼ ବ୍ଲକରେ ରହଣୀ ଵ୍ରହ୍ମପୁର ସହରରେ
ଗଞାମ, 12 ଅଗଷ୍ଟ (ହି.ସ.) - ଜନସାଧାରଣଙ୍କୁ ଉତ୍ତମସେବା ଯୋଗାଇ ଦେବା ପାଇଁ ଅଧିକାରୀ ମାନେ ନିଜ କର୍ତ୍ତବ୍ୟ କୁ ସୁଚାରୁ ରୂପେ ତୁଲାଇବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯ
ନିଯୁକ୍ତି ଶେରଗଡ଼ ବ୍ଲକରେ ରହଣୀ ଵ୍ରହ୍ମପୁର ସହରରେ


ଗଞାମ, 12 ଅଗଷ୍ଟ (ହି.ସ.) - ଜନସାଧାରଣଙ୍କୁ ଉତ୍ତମସେବା ଯୋଗାଇ ଦେବା ପାଇଁ ଅଧିକାରୀ ମାନେ ନିଜ କର୍ତ୍ତବ୍ୟ କୁ ସୁଚାରୁ ରୂପେ ତୁଲାଇବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ମାନେ ଶେରଗଡ଼ ହେଡକ୍ୱାଟର ନରହି ଶେରଗଡ଼ ଠାରୁ ୪୫କିଲୋମିର ଦୂର ଵ୍ରହ୍ମପୁର ସହରରେ ରହି ଅୟସ କରୁଛନ୍ତି। ଅଧିକାଂଶ ଯନ୍ତ୍ରୀ କ୍ୱ।ଟର ପାଇଥିଲେ ମଧ୍ୟ ତାହା ଖାଲି ପଡ଼ିଛି। ସପ୍ତାହରେ ଥରେ ଅଧେ ଵ୍ରହ୍ମପୁରରୁ ଶେରଗଡ ଆସି ଦାୟିତ୍ଵ ତୁଲାଇ ଦେଉଛନ୍ତି। ଫଳରେ ଏଠାରେ ବିକାଶ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଠାରେ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ବିକାଶ ତଥା ଉନ୍ନୟନ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି ଓ କାର୍ଯ୍ୟ ନିମ୍ନମାନର ହେଉଛି। ତୁରନ୍ତ ଏ ଧରଣର ଯନ୍ତ୍ରୀ ମାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି ହେଉଛି। ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande