ବଡନଈ ହରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) - ଚମ୍ପୁଆ ବ୍ଲକ ବଡନଈ ପଂଚାୟତ ଅନ୍ତର୍ଗତ ବଡନଈ ହରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ସଭାଗୃହ ଠାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କୁ ନେଇ ନିଶା ନିବାରଣ ଅଭିଯାନ ସଚେତନତା ''କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇତିଶ୍ରୀ ନାୟକଙ
Nisa nirbarana


କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) - ଚମ୍ପୁଆ ବ୍ଲକ ବଡନଈ ପଂଚାୟତ ଅନ୍ତର୍ଗତ ବଡନଈ ହରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ସଭାଗୃହ ଠାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କୁ ନେଇ ନିଶା ନିବାରଣ ଅଭିଯାନ ସଚେତନତା 'କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇତିଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ରାଜ ଯୋଗିନୀ ବ୍ରହ୍ମା କୁମାରୀ ସୌଦାମିନୀ ଭଉଣୀ ଯୋଗ ଦେଇ ତାଙ୍କ ମାର୍ଗଦର୍ଶନରେ କହିଥିଲେ ଛାତ୍ର ଛାତ୍ରୀମାନେ ଦେଶ ର ଭବିଷ୍ୟତ ନାଗରିକ ହୋଇଥିବାରୁ ନିଜକୁ ନିଶାମୁକ୍ତ ରଖିବା ସହ ନିଜ ଅଂଚଳରେ ଏକ ସୁସ୍ଥ ବାତାବରଣ ଗଢିବାକୁ ହେବ ଏବଂ ଜଣେ ଜଣେ ଭଲ ମଣିଷ ହୋଇ ନିଜ ଅଂଚଳରେ ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ । ପବିତ୍ରତା, ସକାରାତ୍ମକ ଚିନ୍ତାଧାରା, ଆତ୍ମ ସମ୍ମାନ ସହ ଜୀବନର ମୂଲ୍ୟ ବୋଧକୁ ଆପଣାଇ ସମାଜର ନୂତନ ଦିଗଦର୍ଶନର ବାର୍ତା ଦିଆଯିବା ସହ ସତ୍ୟତନତାର ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଚୈତନ୍ୟ ଚନ୍ଦ୍ର ମହାନ୍ତ, ବ୍ରହ୍ମା କୁମାରୀ ଅନୁ ଭଉଣୀ ପରିଚାଳନା କରିଥିଲେ କ୍ଷ ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande