ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ପାଠାଗାରର ନୂତନ ପୋର୍ଟାଲର ଶୁଭାରମ୍ଭ
ସଂଗ୍ରହାଳୟ ଏବଂ ଅଭିଲେଖାଗାର ବିଷୟରେ ସୂଚନା ଗୋଟିଏ ମଂଚରେ ଉପଲବ୍ଧ ହେବ ନୂଆଦିଲ୍ଲୀ, ୧୨ ଅଗଷ୍ଟ(ହି.ସ.) – ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ(ପିଏମ୍ଏମ୍ଏଲ୍) ବୁଧବାର ଏହାର ନୂତନ ସମନ୍ୱିତ ପୋର୍ଟାଲର ଶୁଭାରମ୍ଭ କରିଛି। ନୂତନ ପୋର୍ଟାଲ ଜରିଆରେ ପିଏମ୍ଏମ୍ଏଲ୍ ସହ ଜଡ଼ିତ ବିଭିନ୍ନ ଡିଜିଟ
ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ପାଠାଗାରର ନୂତନ ପୋର୍ଟାଲର ଶୁଭାରମ୍ଭ


ସଂଗ୍ରହାଳୟ ଏବଂ ଅଭିଲେଖାଗାର ବିଷୟରେ ସୂଚନା ଗୋଟିଏ ମଂଚରେ ଉପଲବ୍ଧ ହେବ

ନୂଆଦିଲ୍ଲୀ, ୧୨ ଅଗଷ୍ଟ(ହି.ସ.) – ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ(ପିଏମ୍ଏମ୍ଏଲ୍) ବୁଧବାର ଏହାର ନୂତନ ସମନ୍ୱିତ ପୋର୍ଟାଲର ଶୁଭାରମ୍ଭ କରିଛି। ନୂତନ ପୋର୍ଟାଲ ଜରିଆରେ ପିଏମ୍ଏମ୍ଏଲ୍ ସହ ଜଡ଼ିତ ବିଭିନ୍ନ ଡିଜିଟାଲ ସେବା ଏବଂ ୱେବସାଇଟକୁ ଗୋଟିଏ ମଂଚରେ ଅଣାଯାଇଛି। ଏହାକୁ ନାଗରିକ, ଗବେଷକ ଏବଂ ଅନ୍ୟ ବ୍ୟବହାରକାରୀଙ୍କ ପାଇଁ ଏକ ଅଧିକ ସୁଲଭ ଏବଂ ଆଧୁନିକ ଡିଜିଟାଲ ପ୍ଲାଟଫର୍ମ ଭାବେ ବିକଶିତ କରାଯାଇଛି।

ପିଏମ୍ଏମ୍ଏଲ୍ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ନୂତନ ପୋର୍ଟାଲ ବିଭିନ୍ନ ପୂର୍ବରୁ ଉପଲବ୍ଧ ୱେବସାଇଟ୍ ଏବଂ ଡିଜିଟାଲ୍ ସେବାଗୁଡ଼ିକୁ ଏକତ୍ର ସଂଯୋଗ କରେ। ଏହାର ଉଦ୍ଦେଶ୍ୟ ହେଉଛି ବ୍ୟବହାରକାରୀଙ୍କ ବିଭିନ୍ନ ୱେବ୍ସାଇଟ୍ ପରିଦର୍ଶନ କରିବାର ଆବଶ୍ୟକତାକୁ ହ୍ରାସ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସହିତ ଜଡ଼ିତ ସାମଗ୍ରୀ, ସେବା ଏବଂ ଅଭିଲେଖା ସମ୍ବଳକୁ ସହଜ ପ୍ରବେଶ ପ୍ରଦାନ କରିବା।

ଏହି ପୋର୍ଟାଲରେ ଏକ ମୋବାଇଲ ଅନୁକୂଳ ଡିଜାଇନ୍ ରହିଛି ଏବଂ ଏହା ସମସ୍ତ ନାଗରିକଙ୍କ ପାଇଁ ଉପଲବ୍ଧ। ଏଥିରେ ଇଂଟେଲିଜେଂଟ୍ ସହାୟତା, ସ୍ମାର୍ଟ ସର୍ଚ୍ଚ ଏବଂ ନାଗରିକ ସହାୟତା ପାଇଁ ବିଶ୍ଳେଷଣ ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା, ଟିକେଟ୍ ପରିଚାଳନା, ଡାଉନଲୋଡ୍ ରିପୋଜିଟୋରୀ ଏବଂ ଫଟୋ ଏବଂ ଭିଡିଓ ଗ୍ୟାଲେରୀ ଭଳି ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ।

ନୂତନ ପୋର୍ଟାଲରେ ଏକ ଗତିଶୀଳ ବିଷୟବସ୍ତୁ ପରିଚାଳନା ବ୍ୟବସ୍ଥା ମଧ୍ୟ ରହିଛି। ଏହାବ୍ୟତୀତ ଏକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆଧାରିତ ଚାଟବଟ୍ ମଧ୍ୟ ସାମିଲ କରାଯାଇଛି, ଯାହାର ଖୁବ୍ ଶୀଘ୍ର ଶୁଭାରମ୍ଭ କରାଯିବ। ଏହି ଚାଟବଟ୍ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିବାରେ ଏବଂ ସେମାନଙ୍କ ଠାରୁ ମତାମତ ନେବାରେ ସାହାଯ୍ୟ କରିବ। ଏହି ପୋର୍ଟାଲରେ ଅଟୋ-ଆର୍କାଇଭ୍ ୱାର୍କଫ୍ଲୋ, ଇଂଟେଲିଜେଂଟ୍ କଂଟେଟ ଡିସ୍କଭରୀ ଏବଂ ଏକ ରିଅଲ୍ ଟାଇମ୍ ଏଙ୍ଗେଜମେଂଟ ଡ୍ୟାସବୋର୍ଡ ମଧ୍ୟ ରହିଛି।

ପିଏମଏମଏଲ ଅନୁଯାୟୀ, ଏହି ପୋର୍ଟାଲକୁ ଆଧୁନିକ ବୈଷୟିକ ବ୍ୟବସ୍ଥା ଆଧାରରେ ପ୍ରସ୍ତୁତ କରାଯାଇଛି। ଏହା ଜି.ଆଇ.ଜି.ଡବ୍ଲ୍ୟୁ. ଏବଂ ଡବ୍ଲ୍ୟୁ.ସି.ଏ.ଜି. ଅଭିଗମ୍ୟତା ମାନକ ଏବଂ ସି.ଇ.ଆର୍.ଟି.-ଇନ୍ ସୁରକ୍ଷା ମାନକ ସହିତ ସୁସଙ୍ଗତ। ଏଥିରେ ବ୍ୟକ୍ତିଗତ ବ୍ୟବହାରକାରୀଙ୍କ ପାଇଁ ଭୂମିକା-ଆଧାରିତ ପ୍ରବେଶ ନିୟନ୍ତ୍ରଣ ଏବଂ ବ୍ୟାପକ ଅଡିଟ୍ ଟ୍ରେଲ୍ ମଧ୍ୟ ରହିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande