ରାଇସୁଆଁ ଏୟାରଷ୍ଟ୍ରିପ୍ର ହେବ ଉନ୍ନତିକରଣ ଓ ସମ୍ପ୍ରସାରଣ
କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) - ଆଉ କିଛି ଦିନ ପରେ ରାଇସୁଆଁ ଏୟାରଷ୍ଟ୍ରିପ୍ର ହ୍ୱେ ଉନ୍ନତିକରଣ ଓ ସମ୍ପ୍ରସାରଣ। ଏନେଇ କେନ୍ଦୁଝରବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। କେନ୍ଦୁଝର ସ୍ଥିତ ରାଇସୁଆଁ ଏୟାରଷ୍ଟ୍ରିପ୍ର ହେବ ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ହ୍ୱେ ଗ୍ରାମ ସଭା। ଏନେଇ ଦୁଇ ଦିନ ଜିଲ୍ଲା
ରାଇସୁଆଁ ଏୟାରଷ୍ଟ୍ରିପ୍ର ହେବ ଉନ୍ନତିକରଣ ଓ ସମ୍ପ୍ରସାରଣ


କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) - ଆଉ କିଛି ଦିନ ପରେ ରାଇସୁଆଁ ଏୟାରଷ୍ଟ୍ରିପ୍ର ହ୍ୱେ ଉନ୍ନତିକରଣ ଓ ସମ୍ପ୍ରସାରଣ। ଏନେଇ କେନ୍ଦୁଝରବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। କେନ୍ଦୁଝର ସ୍ଥିତ ରାଇସୁଆଁ ଏୟାରଷ୍ଟ୍ରିପ୍ର ହେବ ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ହ୍ୱେ ଗ୍ରାମ ସଭା। ଏନେଇ ଦୁଇ ଦିନ ଜିଲ୍ଲା ପ୍ରସାଶନ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଛି। ରାଇସୁଆଁ ଏଆରଷ୍ଟ୍ରିପ ପାଇଁ ଗୋପୀନାଥପୁର ପଂଚାୟତର ଦୁଇଟି ଗାଁର ୬୧ ଏକର ୨୩୯ ଡିସିମିଲ ଜାଗା ଜମି ଅଧିଗ୍ରହଣ ମାଧ୍ୟମରେ ଓ ୨ଏକର ୪୪୫ ଡିସିମିଲ ଜାଗା ସରକାରୀ ଜମୀ ଅଧିଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ଗୋପୀନାଥପୁର ଗ୍ରାମର ୬୦ ଏକର ୧୩୮ ଡିସିମିଲ ପାଇଁ ୮୪ ଜଣଙ୍କ ଠାରୁ ଓ ସିଲିଶୁଆଁ ଗ୍ରାମର ୧ ଏକର ୧୦୧ ଡିସିମିଲ ପାଇଁ ୧୧ ଜଣଙ୍କ ଠାରୁ ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ଗ୍ରାମସଭା କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ପୁର୍ବରୁ ରାଇସୁଆଁ ଏୟାରଷ୍ଟ୍ରିପ୍ ୩୭ ଏକର ୮୧୨ ଡିସିମିଲ୍ ଜମିରେ ନିର୍ମିତ ହୋଇଥିବା ବେଳେ ଆଗାମି ଦିନରେ ଏହାକୁ ବୀ ଟୁ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୂ ସରକାର ଯୋଜନା ରଖିଛନ୍ତି।

ଏହି ଏୟାରଷ୍ଟ୍ରିପ୍ର ବିକାଶ ହେଲେ କେନ୍ଦୁଝରର ବିକାଶର ନୂଆ ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି। ବିଶେଷକରି ବଡ଼ ବଡ଼ ଶିଳ୍ପପତି ଓ ନିବେଶକମାନେ କେନ୍ଦୁଝରକୁ ଆସିବା ପାଇଁ ଆହୁରି ସୁବିଧା ପାଇବେ।

ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ବିମାନରୁ ଓହ୍ଲାଇ ସଡ଼କପଥରେ ଦୀର୍ଘ ଯାତ୍ରା କରି କେନ୍ଦୁଝର ଆସିବାକୁ ଅନେକ ଶିଳ୍ପପତି ଓ ନିବେଶକ ଅସୁବିଧାଜନକ ବୋଲି ମନେ କରୁଥିଲେ। ତେଣୁ କେନ୍ଦୁଝରକୁ ଅଧିକ ଶିଳ୍ପ ଓ ନିବେଶ ଆଣିବା ପାଇଁ ଏୟାରଷ୍ଟ୍ରିପ୍ର ବିକାଶ ନିହାତି ଜରୁରୀ।

କିନ୍ତୁ ଏହାର ଲାଭ କେବଳ ଶିଳ୍ପ କ୍ଷେତ୍ରରେ ସୀମିତ ରହିବ ନାହିଁ। କେନ୍ଦୁଝର ମେଡିକାଲ କଲେଜ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ମଧ୍ୟ ଏହା ନୂଆ ଗତି ଦେଇପାରେ।

ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ବଡ଼ ବଡ଼ ବିଶେଷଜ୍ଞ ଡାକ୍ତରମାନେ କେନ୍ଦୁଝରକୁ ଆସି ଶିକ୍ଷା, ଗବେଷଣା ଓ ଚିକିତ୍ସାସେବା ଦେବା ପାଇଁ ଆଗ୍ରହୀ ହେବେ ବୋଲି ଆଶା ବଢ଼ିଛି। ଏହା ସହ ପର୍ଯ୍ୟଟନ, ବ୍ୟବସାୟ, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ କେନ୍ଦୁଝରକୁ ମିଳିପାରେ ନୂଆ ସୁଯୋଗ।

ରାଇସୁଆଁ ଏୟାରଷ୍ଟ୍ରିପ୍ର ଉନ୍ନତିକରଣ କେନ୍ଦୁଝରର ଆର୍ôଥକ ଓ ସାମାଜିକ ବିକାଶରେ ଏକ ମାଇଲଖୁଂଟ ହେବ ବୋଲି ଆଶା କରିଛନ୍ତି ଅଂଚଳବାସୀ।

କେନ୍ଦୁଝରର ବିକାଶ ପାଇଁ ଏହି ପଦକ୍ଷେପକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ଏୟାରଷ୍ଟ୍ରିପ୍ର ବିକାଶ ସହ କେନ୍ଦୁଝର ଆକାଶପଥରେ ଯୋଡ଼ିହୋଇ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ୁ-ଏହା ହିଁ ଏବେ କେନ୍ଦୁଝରବାସୀଙ୍କ ଆଶା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande