ଲୁଙ୍ଗିବାଲା' ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ହଙ୍ଗାମା, ସଭାପତି ସମସ୍ତଙ୍କୁ ମର୍ଯ୍ୟାଦା ବଜାୟ ରଖିବାକୁ ଦେଲେ ପରାମର୍ଶ
ନୂଆଦିଲ୍ଲୀ, ୧୨ ଅଗଷ୍ଟ (ହି.ସ.)- ରାଜ୍ୟସଭାରେ କେରଳରୁ ସିପିଆଇ (ଏମ) ସାଂସଦ ଜନ୍ ବ୍ରିଟାସଙ୍କୁ ନେଇ କଥିତ ଲୁଙ୍ଗିବାଲା'' ମନ୍ତବ୍ୟକୁ ନେଇ ବୁଧବାର ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା। ଜନ୍ ବ୍ରିଟାସ ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦ ସୁଷ୍ମିତା ଦେବ ତାଙ୍କ ପାଇଁ ଅପମାନଜନକ ଢଙ୍ଗରେ ଲୁଙ୍ଗିବା
ଲୁଙ୍ଗିବାଲା' ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ହଙ୍ଗାମା, ସଭାପତି ସମସ୍ତଙ୍କୁ ମର୍ଯ୍ୟାଦା ବଜାୟ ରଖିବାକୁ ଦେଲେ ପରାମର୍ଶ


ନୂଆଦିଲ୍ଲୀ, ୧୨ ଅଗଷ୍ଟ (ହି.ସ.)- ରାଜ୍ୟସଭାରେ କେରଳରୁ ସିପିଆଇ (ଏମ) ସାଂସଦ ଜନ୍ ବ୍ରିଟାସଙ୍କୁ ନେଇ କଥିତ ଲୁଙ୍ଗିବାଲା' ମନ୍ତବ୍ୟକୁ ନେଇ ବୁଧବାର ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା। ଜନ୍ ବ୍ରିଟାସ ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦ ସୁଷ୍ମିତା ଦେବ ତାଙ୍କ ପାଇଁ ଅପମାନଜନକ ଢଙ୍ଗରେ ଲୁଙ୍ଗିବାଲା' ଶବ୍ଦ ବ୍ୟବହାର କରିଥିଲେ। ଏହି ସମ୍ପର୍କରେ ସେ ରାଜ୍ୟସଭାର ସଭାପତିଙ୍କୁ ବିଶେଷାଧିକାର ଭଙ୍ଗର ନୋଟିସ ଦେଇଛନ୍ତି।

ସଭାପତି ସିପି ରାଧାକୃଷ୍ଣନ ଗୃହରେ ସମସ୍ତ ସଦସ୍ୟଙ୍କୁ ମର୍ଯ୍ୟାଦା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୋ ସଂଜ୍ଞାନକୁ କିଛି ଏପରି ମାମଲା ଆସିଛି, ଯେଉଁଥିରେ ଗୃହରେ କହୁଥିବା ସଦସ୍ୟମାନଙ୍କ ଭାଷଣ ସମୟରେ ମଝିରେ ବାଧା ଦେଇ ଅସଭ୍ୟ ଏବଂ ଗରିମାର ପ୍ରତିକୂଳ ମନ୍ତବ୍ୟ କରାଯାଇଛି। ମୁଁ ସମସ୍ତ ମାନନୀୟ ସଦସ୍ୟଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ସହଯୋଗୀ ସଦସ୍ୟମାନଙ୍କ ଭାବନା ଏବଂ ସମ୍ବେଦନଶୀଳତାକୁ ଆଘାତ କରିବାରୁ ବିରତ ରୁହନ୍ତୁ। ଆମ ସଂସ୍କୃତି ବିବିଧତାରେ ପରିପୂର୍ଣ୍ଣ ଏବଂ କୌଣସି ସଦସ୍ୟଙ୍କ ସାଂସ୍କୃତିକ ପରମ୍ପରା କିମ୍ବା ଆଂଚଳିକ ପରିଚୟର ଅନାଦର ହେବା ଉଚିତ ନୁହେଁ।'

ମାମଲା ଉପରେ ଗୃହର ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ଯେ ଏହି ମାମଲାରେ କେବଳ ଗୋଟିଏ ପକ୍ଷର କଥା ଶୁଣିବା ଉଚିତ ହେବ ନାହିଁ। ସେ ଅନୁରୋଧ କରିଛନ୍ତି ଯେ ସାଂସଦ ସୁଷ୍ମିତା ଦେବଙ୍କୁ ମଧ୍ୟ ନିଜ ପକ୍ଷ ରଖିବାର ପୂର୍ଣ୍ଣ ସୁଯୋଗ ଦିଆଯାଉ, ଯାହାଦ୍ୱାରା ସମସ୍ତ ତଥ୍ୟ ଆଧାରରେ ନିରପେକ୍ଷ ନିଷ୍ପତି ନିଆଯାଇପାରିବ।

ଅନ୍ୟପକ୍ଷରେ, ଜନ୍ ବ୍ରିଟାସ ଗଣମାଧ୍ୟମ ସହ କଥାବାର୍ତାରେ କହିଛନ୍ତି, ସେଦିନ ଯେତେବେଳେ ମୁଁ ଗୃହରେ କହୁଥିଲି, ସେତେବେଳେ ବିଜେପି ସାଂସଦ ସୁଷ୍ମିତା ଦେବ ମୋ ପାଇଁ 'ଲୁଙ୍ଗିବାଲା ଭଳି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ମୁଁ ସେତେବେଳେ ଧୋତି ପିନ୍ଧିଥିଲି ଏବଂ ମୁଁ ମାଲୟାଲୀ ଏବଂ ଦକ୍ଷିଣ ଭାରତୀୟ ହୋଇଥିବାରୁ ମଧ୍ୟ ଗର୍ବିତ। ଏହା ଆମ ସାଂସ୍କୃତିକ ପୋଷାକର ଏକ ଅଂଶ। କିନ୍ତୁ ଯେତେବେଳେ ଏହିପରି ପରିଚୟକୁ କାହାକୁ ନୀଚ ଦେଖାଇବା କିମ୍ବା ଅପମାନିତ କରିବା ପାଇଁ ବ୍ୟବହାର କରାଯାଏ, ସେତେବେଳେ ଏହା ଗ୍ରହଣୀୟ ନୁହେଁ।

ସେ କହିଛନ୍ତି ଯେ ଗୃହକୁ ଏହି ମାମଲାରେ ଉପଯୁକ୍ତ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ଆମେ ତାଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗର ନୋଟିସ ଦେଇଛୁ। ସେ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ତାଙ୍କ ମନରେ କାହା ବିରୋଧରେ କୌଣସି ଦୁର୍ଭାବନା ନାହିଁ

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande