
ମାଲକାନଗିରି,୧୨ ଅଗଷ୍ଟ (ହି.ସ.) ଆଜି ମାଲକାନଗିରି ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ଜିଲ୍ଲା ସଭାପତି ମାନସ ମାଡକାମୀ ଏକ କାମରେ ଶିଖପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମଭି ୧୯ ଗ୍ରାମ ଠାରୁ କୋଡେଲମେଟଲା ରାସ୍ତାରେ ଯାଉଥିବା ବେଳେ ତାଙ୍କୁ କସମଗୁଡା ସାହିରେ କିଛି ମହିଳା ଓ ଲୋକ ମାନେ ଅଟକାଇ ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ!ଗ୍ରାମବାସୀ ଙ୍କ ଅଭିଯୋଗ ଯେ ତାଙ୍କ ସାହିରେ ତିନି ମାସ ହେବ ପିଇବା ପାଣି ମିଳୁ ନାହିଁ ନଳ କୂପ ଖରାପ ହେଇ ପଡିଛି ଫଳରେ ବାଧ୍ୟ ହୋଇ ନଦୀର ଚୁଆପାଣି ପିଉଛୁ!କାହାକୁ କହିଲେ ବି କେହି ଶୁଣୁନାହାନ୍ତି । ସେହିପରି ଏମ ଭି ୧୯ ଗ୍ରାମ ଠାରୁ କଡେଲମେଟାଲ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଖାଲରେ ଭର୍ତ୍ତି ଅଛି ସେହି ରାସ୍ତା ଦେଇ ଏମ ଭି ୧୯ ଗ୍ରାମ ରେ ଥିବା ଡାକ୍ତର ଖାନାକୁ ଦେହ ଖରାପ ହେଲେ ରୋଗୀ କୁ ନେବା କଷ୍ଟକର ହେଇ ଯାଉଅଛି!ଲୋକ ଙ୍କ ଅଭିଯୋଗ ଶୁଣିବା ପରେ ପୂର୍ବତନ ବିଧାୟକ ଶ୍ରୀ ମାଡକାମୀ ଫୋନ ଯୋଗେ ପିଡି ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଦଶରଥ ସରାବୁ ଙ୍କୁ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ଜଣାଇଥିଲେ । ପାଣି ଏବଂ ରାସ୍ତା ସମସ୍ୟା କେବେ ଦୂର ହେବ ଦେଖିବାକୁ ବାକି ରହିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ