ଜାତୀୟ କାର୍ଯ୍ୟକ୍ରମରେ 'ବନ୍ଦେ ମାତରମ ' ଗାନ ବାଧ୍ୟତାମୂଳକ; ସ୍ୱାଧୀନତା ଦିବସ ପାଇଁ ଗୃହ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି
ମାଲକାନଗିରି,୧୨ ଅଗଷ୍ଟ (ହି.ସ.) ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରାଯାଇଛି। ଚଳିତ ବର୍ଷଠାରୁ ସମସ୍ତ ଜାତୀୟ କାର୍ଯ୍ୟକ୍ରମରେ ଜାତୀୟ ଗୀତ ''ବନ୍ଦେ ମାତରମ '' ଗାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷ କରି ସ୍ୱାଧୀନତା ଦିବସ ପାଳନ ଅବସରରେ ଏ
ଜାତୀୟ କାର୍ଯ୍ୟକ୍ରମରେ 'ବନ୍ଦେ ମାତରମ ' ଗାନ ବାଧ୍ୟତାମୂଳକ; ସ୍ୱାଧୀନତା ଦିବସ ପାଇଁ ଗୃହ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି


ମାଲକାନଗିରି,୧୨ ଅଗଷ୍ଟ (ହି.ସ.) ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରାଯାଇଛି। ଚଳିତ ବର୍ଷଠାରୁ ସମସ୍ତ ଜାତୀୟ କାର୍ଯ୍ୟକ୍ରମରେ ଜାତୀୟ ଗୀତ 'ବନ୍ଦେ ମାତରମ ' ଗାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷ କରି ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି।ଆଗାମୀ ସ୍ୱାଧୀନତା ଦିବସ ସମାରୋହରେ କୌଣସି ପ୍ରକାରର ତ୍ରୁଟି ଏଡ଼ାଇବା ପାଇଁ ସମସ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଉତ୍ସବରେ ନିମ୍ନଲିଖିତ କ୍ରମ ଅନୁସାରେ କାର୍ଯ୍ୟକ୍ରମ ପରିଚାଳନା କରାଯିବ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସର୍ବପ୍ରଥମେ ସମବେତ କଣ୍ଠରେ ଜାତୀୟ ଗୀତ 'ବନ୍ଦେ ମାତରମ ' ଗାନ କରାଯିବ। ଜାତୀୟ ଗୀତ ସମାପ୍ତ ହେବା ପରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ ଏବଂ ପତାକା ଉତ୍ତୋଳନ ପରେ ପରେ ସମ୍ମାନର ସହ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଗାନ କରାଯିବ। ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ସମେତ ବିଭିନ୍ନ ବ୍ଲକରେ ଆୟୋଜିତ ହେଉଥିବା ପ୍ୟାରେଡ୍ କାର୍ଯ୍ୟକ୍ରମଗୁଡ଼ିକରେ (ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ରାଜ୍ୟପାଳଙ୍କ ପ୍ରୋଟୋକଲ୍ ଭଳି) ପରିଶେଷରେ ପୁନର୍ବାର ଜାତୀୟ ଗୀତ ଓ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ସମାପ୍ତ କରାଯିବ।ଏହି ସଙ୍ଗୀତ ଗାନ ସମୟରେ ଉପସ୍ଥିତ ସମସ୍ତ ଜନସାଧାରଣ, ଛାତ୍ରଛାତ୍ରୀ ଏବଂ ସରକାରୀ କର୍ମଚାରୀମାନେ ସମ୍ମାନର ସହ ସାବଧାନ ମୁଦ୍ରାରେ ଠିଆ ହେବା ଆବଶ୍ୟକ। ଉଭୟ ସଙ୍ଗୀତର ମୂଳ ସ୍ୱର, ଶବ୍ଦ କିମ୍ବା ଉଚ୍ଚାରଣରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ନିୟମ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଆଞ୍ଚଳିକ କ୍ଲବ ଏବଂ ସର୍ବସାଧାରଣ ପଡ଼ିଆରେ ହେଉଥିବା ଉତ୍ସବ ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ। ଏହି ନିୟମର ସଫଳ ରୂପାୟନ ତଥା କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande