ନ୍ୟାୟମୂର୍ତି ଯଶବନ୍ତ ବର୍ମାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ତଦନ୍ତ କମିଟି ସଠିକ୍ ବୋଲି ମାନିଲା, ରିପୋର୍ଟ ଲୋକସଭାରେ ଉପସ୍ଥାପିତ
ନୂଆଦିଲ୍ଲୀ, ୧୨ ଅଗଷ୍ଟ (ହି.ସ.)- ନ୍ୟାୟମୂର୍ତି ଯଶବନ୍ତ ବର୍ମାଙ୍କ ବାସଭବନରୁ ହିସାବ ନଥିବା ନଗଦ ଟଙ୍କା ମିଳିବା ମାମଲାରେ ତିନି ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ତାଙ୍କ ଉପରେ ଲାଗିଥିବା ତିନୋଟି ଅଭିଯୋଗକୁ ସଠିକ୍ ବୋଲି ପାଇଛି। କମିଟି ଅନୁଯାୟୀ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରୁ ବହୁ ପରିମାଣର
ନ୍ୟାୟମୂର୍ତି ଯଶବନ୍ତ ବର୍ମାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ତଦନ୍ତ କମିଟି ସଠିକ୍ ବୋଲି ମାନିଲା, ରିପୋର୍ଟ ଲୋକସଭାରେ ଉପସ୍ଥାପିତ


ନୂଆଦିଲ୍ଲୀ, ୧୨ ଅଗଷ୍ଟ (ହି.ସ.)- ନ୍ୟାୟମୂର୍ତି ଯଶବନ୍ତ ବର୍ମାଙ୍କ ବାସଭବନରୁ ହିସାବ ନଥିବା ନଗଦ ଟଙ୍କା ମିଳିବା ମାମଲାରେ ତିନି ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ତାଙ୍କ ଉପରେ ଲାଗିଥିବା ତିନୋଟି ଅଭିଯୋଗକୁ ସଠିକ୍ ବୋଲି ପାଇଛି। କମିଟି ଅନୁଯାୟୀ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରୁ ବହୁ ପରିମାଣର ହିସାବ ନଥିବା ନଗଦ ଟଙ୍କା ମିଳିଥିଲା।

ଲୋକସଭାରେ ଆଜି କମିଟିର ରିପୋର୍ଟକୁ ସଦନରେ ଉପସ୍ଥାପିତ କରା ଯାଇଛି। ରିପୋର୍ଟ ଅନୁଯାୟୀ ତାଙ୍କ ବିରୋଧରେ କୌଣସି ପ୍ରକାରର ଷଡ଼ଯନ୍ତ୍ର ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ। ଏହା ମଧ୍ୟ କୁହାଯାଇଛି ଯେ ଏତେ ବଡ଼ ପରିମାଣର ନଗଦ ଟଙ୍କା ଅଣଦେଖା ରହିଥିବ, ଏହା ହୋଇପାରେ ନାହିଁ।

କମିଟି ଏହା ମଧ୍ୟ କହିଛି ଯେ ଘଟଣା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣଗୁଡ଼ିକୁ ଉପଯୁକ୍ତ ଭାବେ ସୁରକ୍ଷିତ ରଖାଯାଇନଥିଲା ଏବଂ ନ୍ୟାୟମୂର୍ତି ବର୍ମାଙ୍କ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ସନ୍ତୋଷଜନକ ନଥିଲା। ତେବେ କମିଟି ଏହି ନିଷ୍କର୍ଷ ବାହାର କରିନାହିଁ ଯେ ଷ୍ଟୋରରୁମରେ ମିଳିଥିବା ନୋଟଗୁଡ଼ିକ ତାଙ୍କର ଥିଲା। ଏହା ଉପରେ ମଧ୍ୟ କମିଟି ‘ଷ୍ଟୋରରୁମ ଉପରେ ନିୟନ୍ତ୍ରଣ ନଥିଲା’ ବୋଲି ଦିଆଯାଇଥିବା ଯୁକ୍ତିକୁ ବ୍ୟାପକ ଭାବରେ ଗ୍ରହଣ କରିନାହିଁ।

ଉଲ୍ଲେଖନୀୟ ଯେ ୧୪ ମାର୍ଚ୍ଚ ୨୦୨୫ରେ ୩୦ ତୁଗଲକ କ୍ରିସେଂଟ ସ୍ଥିତ ନ୍ୟାୟମୂର୍ତି ବର୍ମାଙ୍କ ବାସଭବନର ଷ୍ଟୋର ରୁମରେ ନିଆଁ ଲାଗିବା ପରେ କଥିତ ଭାବେ ଜଳିଯାଇଥିବା ନଗଦ ଟଙ୍କା ମିଳିଥିଲା।

ତଦନ୍ତ କମିଟି ଯଶବନ୍ତ ବର୍ମାଙ୍କ ବିରୋଧରେ ଲଗାଯାଇଥିବା ତିନୋଟି ଅଭିଯୋଗକୁ ସଠିକ୍ ବୋଲି ପାଇଛି। କମିଟି ନିଜର ଅନ୍ତିମ ରିପୋର୍ଟରେ କହିଛି ଯେ ସରକାରୀ ବାସଭବନ ପରିସରରେ ବହୁ ପରିମାଣର ୫୦୦ ଟଙ୍କିଆ ନୋଟ ମିଳିଥିଲା, ଯାହାର ଉପସ୍ଥିତି, ଉତ୍ସ ଏବଂ ମାଲିକାନାକୁ ନେଇ ସନ୍ତୋଷଜନକ ସ୍ପଷ୍ଟୀକରଣ ଦିଆଯାଇନଥିଲା। କମିଟି ପ୍ରମାଣ ସଂରକ୍ଷଣରେ ମଧ୍ୟ ଗୁରୁତର ତ୍ରୁଟି ପାଇଛି ଏବଂ କହିଛି ଯେ ସମଗ୍ର ମାମଲାରେ ବିଚାରପତିଙ୍କ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଆଶା କରାଯାଉଥିବା ସ୍ୱଚ୍ଛତା ଏବଂ ପ୍ରତିଷ୍ଠାନଗତ ଦାୟିତ୍ୱବୋଧ ଅନୁରୂପ ନଥିଲା।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande