
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି କ୍ରମରେ ଗତକାଲି ଅର୍ଥାତ୍ ଅଗଷ୍ଟ ୧୧ ତାରିଖରେ ନିୟମ ଖିଲାଫ କରିବା ଅଭିଯୋଗରେ ୧୦,୯୮୮ଟି ଇ-ଚାଲାଣ କଟାଯିବା ସହ ୨୮ଟି ଗାଡ଼ି ଜବତ କରାଯାଇଛି। ସେହିପରି ବିନା ହେଲମେଟ୍ ପାଇଁ ୫,୪୦୨ ଓ ଦ୍ରୁତଗତି ପାଇଁ ୧,୫୫୩ଟି ଚାଲାଣ କଟାଯାଇଛି। ସୁରକ୍ଷିତ ଯାତ୍ରା ପାଇଁ ସର୍ବଦା ସଡ଼କ ସୁରକ୍ଷା ନିୟମ ମାନିବାକୁ ପରିବହନ ବିଭାଗ ପରାମର୍ଶ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା