ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ବିମାନ ପ୍ରଭାବିତ, କୋଲକାତା ବିମାନବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା
କୋଲକାତା, ୧୨ ଅଗଷ୍ଟ (ହି.ସ.)- କୋଲକାତାରୁ ଚେନ୍ନାଇ ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନ ବୁଧବାର ସକାଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ନିର୍ଦ୍ଧାରିତ ସମୟରେ ଉଡ଼ାଣ ଭରିପାରିନଥିଲା। ଏହା ଯୋଗୁଁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଯାଇଥି
ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ବିମାନ ପ୍ରଭାବିତ, କୋଲକାତା ବିମାନବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା


କୋଲକାତା, ୧୨ ଅଗଷ୍ଟ (ହି.ସ.)- କୋଲକାତାରୁ ଚେନ୍ନାଇ ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନ ବୁଧବାର ସକାଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ନିର୍ଦ୍ଧାରିତ ସମୟରେ ଉଡ଼ାଣ ଭରିପାରିନଥିଲା। ଏହା ଯୋଗୁଁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଯାଇଥିଲା। ବିକଳ୍ପ ବ୍ୟବସ୍ଥା ଏବଂ ବିମାନ ଉଡ଼ାଣ ସମୟ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳୁନଥିବା ଅଭିଯୋଗ କରି ଯାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।

ବିମାନବନ୍ଦର ସୂତ୍ର ଅନୁଯାୟୀ, ପ୍ରାୟ ୧୭୦ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ବୁଧବାର ସକାଳ ସାଢ଼େ ଛଅଟାରେ କୋଲକାତାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିବାର ଥିଲା। ଯାତ୍ରୀମାନଙ୍କୁ ବୋର୍ଡିଂ ପାସ୍ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ବିମାନଟି ଉଡ଼ାଣ ଭରିବା ପୂର୍ବରୁ ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଥିଲା। ଏହା ପରେ ଦୀର୍ଘ ସମୟ ଅପେକ୍ଷା କରିବା ସତ୍ୱେ ବିମାନଟି କେବେ ଯାତ୍ରା କରିବ ତାହା ନେଇ କୌଣସି ସ୍ପଷ୍ଟ ସୂଚନା ନମିଳିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଯାଇଥିଲା।

ଯାତ୍ରୀମାନଙ୍କ ଅଭିଯୋଗ ହେଉଛି, ବୋର୍ଡିଂ ପାସ୍ ଜାରି କରାଯିବା ପରେ ମଧ୍ୟ ବିମାନରେ ଦେଖାଦେଇଥିବା ବୈଷୟିକ ସମସ୍ୟା ସମ୍ପର୍କରେ ସେମାନଙ୍କୁ ଜଣାଯାଇନଥିଲା। ଦୀର୍ଘ ସମୟ ଧରି ବିମାନବନ୍ଦରରେ ବସାଇ ରଖିବା ସତ୍ୱେ ସମସ୍ୟାର ସମାଧାନ କିମ୍ବା ବିକଳ୍ପ ବ୍ୟବସ୍ଥା ନେଇ ଅଧିକାରୀମାନଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସହଯୋଗ କରାଯାଇନଥିଲା। ଏହା ପରେ ଯାତ୍ରୀମାନେ ବିମାନବନ୍ଦର ପରିସରରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ।

------------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande