ବିଶ୍ୱ ହସ୍ତୀ ଦିବସରେ ହାତୀମାନଙ୍କ ସୁରକ୍ଷା, ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.) ବିଶ୍ୱ ହସ୍ତୀ ଦିବସରେ ହାତୀମାନଙ୍କ ସୁରକ୍ଷା, ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହାତୀ ଆମ ପ୍ରାକୃତିକ ପରିବେଶ, ଜୈବ ବିବିଧତା ଏବଂ ଗ
ହାତୀ


ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.) ବିଶ୍ୱ ହସ୍ତୀ ଦିବସରେ ହାତୀମାନଙ୍କ ସୁରକ୍ଷା, ସଂରକ୍ଷଣ ପାଇଁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପିଲ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହାତୀ ଆମ

ପ୍ରାକୃତିକ ପରିବେଶ, ଜୈବ ବିବିଧତା ଏବଂ

ଗୌରବମୟ ସଂସ୍କୃତିର ଅନନ୍ୟ ପ୍ରତୀକ। ମହାପ୍ରଭୁଙ୍କ ହାତୀ ବେଶଠାରୁ ଆରମ୍ଭ କରି ମନ୍ଦିର ଗାତ୍ରର

ସ୍ଥାପତ୍ୟ ଏବଂ ଆମର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ, ଗଜରାଜ ସଦାସର୍ବଦା ଓଡ଼ିଶାର ସାଂସ୍କୃତିକ ପରିଚୟ ସହ ନିବିଡ଼ ଭାବେ

ଜଡ଼ିତ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ହସ୍ତୀ ଦିବସ

ଅବସରରେ ଆସନ୍ତୁ ହାତୀମାନଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷିତ ଭବିଷ୍ୟତ

ପାଇଁ ସଙ୍କଳ୍ପବଦ୍ଧ ହେବା। ମାନବ-ହାତୀ ସହବସ୍ଥାନକୁ ଆହୁରି ସୁଦୃଢ଼ କରି ପ୍ରକୃତିର ଏହି

ଗୌରବମୟ ସମ୍ପଦର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande