କମିଶନରେଟ୍ ପୋଲିସ ଏବଂ ଫିକି ଏଫଏଲଓ ପକ୍ଷରୁ ସାଇବର ଅପରାଧ ଏବଂ ଟ୍ରାଫିକ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ଫିକି ଏଫଏଲଓ ଭୁବନେଶ୍ୱର ଚାପ୍ଟରର ସହଯୋଗରେ କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ଫିକି ଏଫଏଲଓ ଭୁବନେଶ୍ୱର ଚାପ୍ଟରର ସଦସ୍ୟମାନଙ୍କ ପାଇଁ ସାଇବର ଅପରାଧ ନିବାରଣ, ଡିଜିଟାଲ୍ ସୁରକ୍ଷା ଏବଂ ଟ୍ରାଫିକ ସଚେତନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯ
tyri


ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ଫିକି ଏଫଏଲଓ ଭୁବନେଶ୍ୱର ଚାପ୍ଟରର ସହଯୋଗରେ କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ଫିକି ଏଫଏଲଓ ଭୁବନେଶ୍ୱର ଚାପ୍ଟରର ସଦସ୍ୟମାନଙ୍କ ପାଇଁ ସାଇବର ଅପରାଧ ନିବାରଣ, ଡିଜିଟାଲ୍ ସୁରକ୍ଷା ଏବଂ ଟ୍ରାଫିକ ସଚେତନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ସାଇବର ଅପରାଧ ବାବଦରେ ମହିଳାମାନଙ୍କୁ ସଚେତନ କରାଇବା ସହ ଏହାର ବିପଦରୁ ସେମାନଙ୍କୁ, ସେମାନଙ୍କ ପରିବାର ଏବଂ ବ୍ୟବସାୟକୁ ସୁରକ୍ଷା ଦେବା ପାଇଁ ବ୍ୟବହାରିକ ଜ୍ଞାନ ଦାୟିତ୍ୱପୂର୍ଣ୍ଣ ଆଚରଣ ଏବଂ ଟ୍ରାଫିକ ସୁରକ୍ଷା ବିଷୟରେ ଅଧିକ ତଥ୍ୟ ଏବଂ ଧାରଣା ଦେବା ଉଦ୍ଦେଶ୍ୟରେ ଏହି ଆୟୋଜନ କରାଯାଇଛି ।

ବିଭିନ୍ନ ଅଧିବେଶନରେ ସ୍ୱରାଜ ଦେବତା, ଅତିରିକ୍ତ ଡିସିପି, ଆଇଟି ଏବଂ ସୋସିଆଲ ମିଡିଆ ସେଲ୍; ଅକ୍ଷୟ କୁମାର ନାୟକ, ଏସିପି, ଆଇଟି ଏବଂ ସୋସିଆଲ ମିଡିଆ ସେଲ୍; ଏବଂ ସମ୍ବିତ କୁମାର ମାଝୀ, ଅତିରିକ୍ତ ଡିସିପି, ଟ୍ରାଫିକ୍ ପ୍ରମୁଖ ସାଇବର ବିପଦ, ଅନଲାଇନ୍ ଠକେଇ, ପ୍ରତିରୋଧକ ପଦକ୍ଷେପ, ସାଇବର ସୁରକ୍ଷା ଅଭ୍ୟାସ ଏବଂ ଟ୍ରାଫିକ ସଚେତନତା ଉପରେ ସରଗର୍ଭକ ବକ୍ତବ୍ୟ ରଖିଥିଲେ। ପ୍ରଶ୍ନୋତ୍ତର ଅଧିବେଶନରେ ବରିଷ୍ଠ ପୋଲିସ ଅଧିକାରୀମାନେ ସଦସ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସାଇବର ସତର୍କତା ବାବଦରେ ମାର୍ଗଦର୍ଶନ ଦେଇଥିଲେ ।

ଫିକି ଏଫଏଲଓ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷା ବିୟୋତ ପ୍ରୋଜ୍ଞା ତ୍ରିପାଠି, କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଏବଂଏଫଏଲଓ ସଦସ୍ୟମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷା ମହିଳା ଏବଂ ଆଇନ-ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ମଧ୍ୟରେ ଏକ ଦୃଢ଼ ସଂଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମହିଳାମାନଙ୍କ ଜୀବନ, ବ୍ୟବସାୟ ଏବଂ ଆର୍ôଥକ କାର୍ଯ୍ୟକଳାପ ଡିଜିଟାଲ୍ ଦୁନିଆ ସହିତ କ୍ରମଶଃ ସଂଯୁକ୍ତ ହେଉଥିବା ସେ ଉଲ୍ଲେଖ କରିଥିଲେ ।

ଫିକି ଏଫଏଲଓ ଭୁବନେଶ୍ୱର ଚାପ୍ଟରର ଡିଜିଟାଲ୍ ସାକ୍ଷରତା ପଦକ୍ଷେପ ମୁଖ୍ୟ ଏଲି ପାଢୀ କାର୍ଯ୍ୟକ୍ରମର ସମନ୍ୱୟ ଏବଂ ଅଧିବେଶନକୁ ଶିକ୍ଷଣୀୟ, ଆକର୍ଷଣୀୟ ଏବଂ ଅତ୍ୟନ୍ତ ପାରସ୍ପରିକ କ୍ରିୟାଶୀଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏକ ସୁରକ୍ଷିତ ଏବଂ ଅଧିକ ସୂଚନାପ୍ରଦ ସମାଜ ଗଠନ ପ୍ରତି ଫିକି ଏଫଏଲଓ ଭୁବନେଶ୍ୱର ଚାପ୍ଟର ଏବଂ କମିଶନରେଟ୍ ପୋଲିସର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ଏହି କାର୍ଯ୍ୟକ୍ରମ ମହିଳା ଏବଂ ସମାଜ ପାଇଁ ଏକ ସୁରକ୍ଷିତ ଡିଜିଟାଲ୍ ଏବଂ ଭୌତିକ ପରିବେଶ ଗଠନରେ ନାଗରିକ ଏବଂ ପୋଲିସ ମଧ୍ୟରେ ସମନ୍ୱୟ ଆଣିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande