ଅନ୍ତର୍ଜାତୀୟ ଯୁବ ଦିବସରେ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଅନ୍ତର୍ଜାତୀୟ ଯୁବ ଦିବସରେ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋସିଆଲ ମିଡ
ଅନ୍ତର୍ଜାତୀୟ ଯୁବ ଦିବସରେ     ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା


ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଅନ୍ତର୍ଜାତୀୟ

ଯୁବ ଦିବସରେ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଓ ପ୍ରଭାତି ପରିଡା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆନ୍ତର୍ଜାତୀୟ

ଯୁବ ଦିବସ ଅବସରରେ, ଆସନ୍ତୁ ଆମେ ସେହି ଯୁବପିଢ଼ିର ଉତ୍ସାହ, ଆକାଂକ୍ଷା

ଏବଂ ପରିବର୍ତ୍ତନକାରୀ ସାମର୍ଥ୍ୟକୁ ସମ୍ମାନ ଓ ଉତ୍ସବର ସହିତ ପାଳନ କରିବା, ଯେଉଁମାନେ

ଆସନ୍ତାକାଲିର ଭାରତକୁ ଗଢ଼ି ତୋଳୁଛନ୍ତି। ପ୍ରତ୍ୟେକ ଯୁବ ମନ ଜ୍ଞାନ, ଦକ୍ଷତା

ଏବଂ ସୁଯୋଗରେ ସଶକ୍ତ ହେଉ, ଯାହାଦ୍ୱାରା ସେମାନେ ନିଜ ସ୍ୱପ୍ନକୁ କାର୍ଯ୍ୟରେ ଏବଂ ଆକାଂକ୍ଷାକୁ

ସଫଳତାରେ ପରିଣତ କରିପାରିବେ। ଏହା ଏକ ପ୍ରଗତିଶୀଳ ଭାରତର ମୂଳଦୁଆକୁ ଆହୁରି ସୁଦୃଢ଼ କରୁ।

ସୋସିଆଲ ମିଡିଆ ଏକ୍ସରେ

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ,ଆନ୍ତର୍ଜାତୀୟ ଯୁବ

ଦିବସ ଅବସରରେ, ଆମ ଯୁବପିଢ଼ିଙ୍କୁ ହୃଦୟରୁ ଶୁଭେଚ୍ଛା, ଯେଉଁମାନଙ୍କର

ପ୍ରତିଭା, ଉତ୍ସାହ

ଏବଂ ନବସୃଜନଶୀଳତା ଭାରତର ଭବିଷ୍ୟତକୁ ଆକାର ଦେଉଛି। ଆସନ୍ତୁ, ଆମ

ଯୁବପିଢ଼ିଙ୍କୁ ସଶକ୍ତ କରିବା, ଯାହାଦ୍ୱାରା ସେମାନେ ଏକ ବିକଶିତ ଭାରତ ଗଠନର ଯାତ୍ରାକୁ ନେତୃତ୍ୱ

ଦେଇପାରିବେ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ଯୁବଶକ୍ତି

ହିଁ ସମାଜର ଶକ୍ତି ଏବଂ ପରିବର୍ତ୍ତନର ବାହକ। ସେମାନଙ୍କ ପ୍ରତିଭା, ଦୃଢ଼

ମନୋବଳ, ଅଦମ୍ୟ

ଉତ୍ସାହ ଆମ ରାଜ୍ୟ ତଥା ଦେଶକୁ ନୂଆ ଦିଗ ଦେବାରେ ସଫଳ ହେଉ। ଅନ୍ତର୍ଜାତୀୟ ଯୁବ ଦିବସରେ

ସଭିଙ୍କୁ ମୋର ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande