
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ବିଶ୍ୱ ହସ୍ତୀ
ଦିବସରେ ହାତୀମାନଙ୍କ ସୁରକ୍ଷାପାଇଁ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା
ଆହ୍ୱାନ ଦେଇଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି କେଭି ସିଂହଦେଓ କହିଛନ୍ତି ଯେ,ବିଶ୍ୱ ହାତୀ ଦିବସ ଅବସରରେ, ପ୍ରକୃତିରେ
ଶକ୍ତି, ପ୍ରଜ୍ଞା
ଏବଂ ସୌହାର୍ଦ୍ଦ୍ୟର ଏକ ଚିରନ୍ତନ ପ୍ରତୀକ ଭାବେ ପରିଚିତ ହାତୀମାନଙ୍କୁ ସମ୍ମାନ ଜଣାଇବା। ଏହି ଜୀବମାନଙ୍କ
ସହ ସେମାନଙ୍କର ଆବାସସ୍ଥଳୀକୁ ସୁରକ୍ଷା ଦେବା ଆମ ପରିବେଶତନ୍ତ୍ରର ସୂକ୍ଷ୍ମ ସନ୍ତୁଳନକୁ
ସୁରକ୍ଷିତ ରଖିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସମୃଦ୍ଧ ଓ ସୁସ୍ଥ ପୃଥିବୀ ସୁନିଶ୍ଚିତ କରିବା
ନିମନ୍ତେ ଅତ୍ୟନ୍ତ ଆବଶ୍ୟକ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ,ହାତୀ ଆମ ପ୍ରକୃତି ଓ ଜୈବ ବିବିଧତାର ଅମୂଲ୍ୟ ଅଂଶ। ହାତୀଙ୍କ
ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା