
ପୁରୀ , 12 ଅଗଷ୍ଟ (ହି.ସ.) - ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଆଜି ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଦେଶାତ୍ମବୋଧକ କଳା ପ୍ରଦର୍ଶନୀ ଓ ରଙ୍ଗୋଲୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ହରଘର ତ୍ରିରଙ୍ଗା ଦେଶ ମାତୃକାର ସେବା ପାଇଁ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଥିଲେ।ଆମେ ଭାରତୀୟ ମାନେ ଆମ ଦେଶ ଓ ଦେଶର ଜାତୀୟ ପତାକା କୁ ନେଇ ଗର୍ବ କରନ୍ତି।ଏହି ଦେଶ ପ୍ରେମ କୁ କିଏ କିପରି ପରିପ୍ରକାଶ କରେ ତାହା ହିଁ ଭିନ୍ନତା ମଧ୍ୟରେ ଏକତାକୁ ପ୍ରତିପାଦିତ କରିଥାଏ।ଚିତ୍ରକଳା ରେ ପ୍ରତ୍ୟେକ ଟି କଳାକାର ତାଙ୍କ ନିଜର ଅନ୍ତରର ଦେଶପ୍ରୀତି ର ଯେଉଁ ଚିତ୍ର ଆଙ୍କିଛନ୍ତି ତାହା ଅନୁପମ ଓ ଅନନ୍ୟ ବୋଲି କହିବା ସହ ସେ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଯୋଗ ଦେଇ କେବଳ ଚିତ୍ରକଳା ବା ରଙ୍ଗୋଲୀ ନୁହେଁ ପ୍ରତ୍ୟେକ ଟି କାର୍ଯ୍ୟ ମଧ୍ୟରେ ସେବା ଓ ସମର୍ପଣ ରହିଲେ ତାହା ଦେଶପ୍ରେମ ଓ ଦେଶସେବା ପାଇଁ ଅଭିପ୍ରେତ ସଦୃଶ୍ୟ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଚାରୁକଳା ଓ କାରୁକଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଦୁର୍ଗା ମାଧବ କର,କାଶୀନାଥ ଖୁଣ୍ଟିଆ, ଦେବେନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ହରଘର ତ୍ରିରଙ୍ଗା ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ କୁ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସଂଚାଳନ କରିଥିଲେ।ପରେ ଅଂଶଗ୍ରହଣକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥି ଓ ଅନ୍ୟାନ୍ୟ ବ୍ୟକ୍ତି ମାନେ ଲଳିତ କଳା ଗ୍ୟାଲେରୀ ର ଫଟୋ ପ୍ରଦର୍ଶନୀ ଓ ସଂସ୍କୃତି ଭବନ ପରିସରରେ ହୋଇଥିବା ରଙ୍ଗୋଲୀ କୁ ଦେଖି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ