
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.) ବିଶ୍ୱ ହସ୍ତୀ ଦିବସରେ ହାତୀ ସୁରକ୍ଷା ପାଇଁ ସଂକଳ୍ପ
ନେବାକୁ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଆହ୍ୱାନ ଦେଇଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ
କହିଛନ୍ତି ଯେ, ବିଶ୍ୱ ହାତୀ ଦିବସ ଅବସରରେ, ଆସନ୍ତୁ ଆମ ପ୍ରାକୃତିକ ଐତିହ୍ୟର ଅବିଚ୍ଛେଦ୍ୟ ଅଂଶ ଏହି ମହାନ୍
ଜୀବମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା।
ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶାର ଜଙ୍ଗଲଗୁଡ଼ିକ ହାତୀମାନଙ୍କର
ସମୃଦ୍ଧ ଆବାସସ୍ଥଳୀ। ହାତୀ ଏବଂ ସେମାନଙ୍କର ପରିବେଶତନ୍ତ୍ରର ସୁରକ୍ଷା ଆମ ଜୈବ ବିବିଧତାକୁ
ସଂରକ୍ଷଣ କରିବା ସହ ମଣିଷ ଓ ବନ୍ୟଜୀବଙ୍କ ମଧ୍ୟରେ ଏକ ସୁସମନ୍ୱିତ ଭବିଷ୍ୟତ ସୁନିଶ୍ଚିତ କରିବା
ପାଇଁ ଅତ୍ୟନ୍ତ ଆବଶ୍ୟକ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ