
ଜୟପୁର, ୧୨ ଅଗଷ୍ଟ (ହି.ସ.) - ବିଧାୟକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସମିତି ବୈଠକ ବର୍ଜନ । ଅଧାରୁ ବୈଠକ ଛାଡି ଚାଲିଗଲେ ସ୍ଥାନୀୟ ସରପଂଚ ଓ ସମିତି ସଭ୍ୟ ସଭ୍ୟା। ଆଜି ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କ୍ଷ ବ୍ଲକ ପ୍ରଶାସନ ତରଫରୁ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । କୋରାପୁଟ ବିଧାୟକ ରଘୁରାମ ମାଛ ଏହି ବୈଠକରେ ଯୋଗ ଦେଇଥିଲେ । ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟରେ ବିଧାୟକଙ୍କ ରାଜନୈତିକ ହସ୍ତକ୍ଷେପ ଓ ଅନିୟମିତତାକୁ ନେଇ ଅଭିଯୋଗ ଆଣିଲେ ସରପଂଚ ଏବଂ ସମିତି ସଭ୍ୟ ସଭ୍ୟା । ବିଧାୟକ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ମଧ୍ୟରେ ଆରମ୍ଭ ହଲା ଯୁକ୍ତିତର୍କ ପାଟିତୁଣ୍ଡ । ଶେଷରେ ବୈଠକ ବର୍ଜନ କଲେ ସରପଂଚ ଓ ସମିତି ସଭ୍ୟ-ସଭ୍ୟା। କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ମନମୁଖୀ କାର୍ଯ୍ୟ ଏବଂ ଧମକ ଚମକ କୁ ପ୍ରତିବାଦ କରି ବୈଠକ ବର୍ଜନ କରାଗଲା ବୋଲି ସରପଂଚ ଆର ରୋହିତ କୁମାର ଏବଂ ଉପାଧକ୍ଷା ପୂର୍ଣ୍ଣିମା ବାରିକ ଅଭିଯୋଗ ଆଣିଛନ୍ତି । ସେପଟେ ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି