ଖରିଫ ଧାନ ପଞ୍ଜିକରଣ ନୁତନ ନିୟମକୁ ଚାଷୀଙ୍କ ବିରୋଧ , କୋହଳ କରିବାକୁ ଦାବୀ
ଜୟପୁର , 12 ଅଗଷ୍ଟ (ହି.ସ.) - ଖରିଫ ଧାନ ପଞ୍ଜିକରଣର ନୁତନ ନିୟମକୁ ଚାଷି ମାନେ ବିରୋଧ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ପୁୁରୁଣା ନିୟମ ଅନୁଯାଇ ଧାନ କ୍ରୟ କରିବାକୁ ନିଦ୍ଧେଷ ଦେବାକୁ ଦାବି କରିଛନ୍ତି । ଏହି ଦାବି ନେଇ ଗତ ୧୦ତାରିଖରେ ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟରେ ଜିଲାପାଳଙ
ଖରିଫ ଧାନ ପଞ୍ଜିକରଣ  ନୁତନ ନିୟମକୁ  ଚାଷିଙ୍କ ବିରୋଧ ,   କୋହଳ କରିବାକୁ ଦାବୀ


ଜୟପୁର , 12 ଅଗଷ୍ଟ (ହି.ସ.) - ଖରିଫ ଧାନ ପଞ୍ଜିକରଣର ନୁତନ ନିୟମକୁ ଚାଷି ମାନେ ବିରୋଧ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ପୁୁରୁଣା ନିୟମ ଅନୁଯାଇ ଧାନ କ୍ରୟ କରିବାକୁ ନିଦ୍ଧେଷ ଦେବାକୁ ଦାବି କରିଛନ୍ତି । ଏହି ଦାବି ନେଇ ଗତ ୧୦ତାରିଖରେ ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟରେ ଜିଲାପାଳଙ୍କୁ ଘେରାଉ କରି କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ୭ ଦଫା ଦାବି ପତ୍ର ପ୍ରଦାନ କରିଥିଲା । କୋରାପୁଟ ଜିଲାର ଶହ ଶହ ଚାଷି ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ଆହ୍ୱାନରେ ଶହ ଶହ ଚାଷି ଧାରଣା ରେ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତ ୯ ତାରିଖରେ ବିଜେଡିର ରାଜ୍ୟ ଉପ ସଭାପତି ତୁରନ୍ତ ନୁତନ ଗାଇଡଲାଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଜମି ପଟାରେ ବାପା ଜେଜେବାପା ପଣି ଗୋସେଇଁ ଜେଜେ ବାପା, ଯୌଥ ଜମି ପଟ୍ଟା ଜମି ମାଲିକଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ଏବଂ ବହୁ ଚାଷୀଙ୍କ ନିଜ ନାମରେ ଜମି ପଟ୍ଟା ନଥିବାରୁ ବଂଶ ଧର ମାନେ ଅନ୍ୟତ୍ର ରହୁଥିବାରୁ ଧାନ ବିକ୍ରି ସକାଶେ ପଞ୍ଜି କରଣର ସରଳୀ କରଣ କରାଯାଉ, ଏଗ୍ରୀଷ୍ଟେକ୍ ସହିତ ଧାନ ପଞ୍ଜିକରଣ ସଂପୃକ୍ତି କରାନାଯାଉ, ଭାଗ ଚାଷୀଙ୍କ କ୍ଷେତ୍ରରେ ଯେଉଁ ନିୟମ କରାଯାଇଛି ତଦ୍ୱାରା ଲକ୍ଷ ଲକ୍ଷ ଚାଷି ପଞ୍ଜି କରଣ କରିନ ପାରି ଅଭାବୀ ବିକ୍ରୀର ଶିକାର ହେବେ । ଆଗାମୀ ଦିନରେ ଚାଷୀ ମାନେ ଜୀବନ ଜୀବିକା ହରାଇବା ସହିତ ଦାଦନ ଯିବାକୁ ବାଧ୍ୟ ହେବେ । ଗତ ବର୍ଷ ପଞ୍ଜିକରଣ ସକାଶେ ଯେଉଁ ନିୟମ ଥିଲା ସେଥିରେ କିଛି ପରିବତ୍ତନ କରାଯାଇ ଜମି ମାଲିକଙ୍କ ସହମତିରେ ଭାଗଚାଷୀ ବନ୍ଧକ ଚାଷୀ, ଜମି କ୍ରୟ କରିଥିବା ଚାଷୀଙ୍କୁ ପଞ୍ଜିକରଣ ସୁଯୋଗ ଦିଆଯାଉ, ବତ୍ତାନ ରାଜ୍ୟରେ ବନ୍ୟା ପ୍ରଭାବିତ ହେଉଥିବାରୁ ଅଗଷ୍ଟ ୩୧ ତାରିଖରୁ ସେପଟେମ୍ବର ଶେଷ ସୁଧା ପଞ୍ଜି କରଣର ଅବଧିବୃଦ୍ଧି କରାଯାଉ, ପ୍ରତ୍ୟେକ ରବି ଓ ଖରିଫରେ ପଞ୍ଜିକରଣ କରାନଯାଇ ନିୟମିତ କରାଯାଉ, ଆବଶ୍ୟକତା ସ୍ଥଳେ ପରିବତ୍ତନ କରାଯାଉ , ଚଳିତ ବର୍ଷ ରବି ରୁତୁରେ ପ୍ରଶାସନିକ ସମସ୍ୟା ଯୋଗୁଁ ଚାଷୀ ପଞ୍ଜିକରଣ କରି ପାରି ପାରି ନଥିଲେ । ବତ୍ତମାନର ଗାଇଡ ଲାଇନରେ ପ୍ରଚଳନ ହେଲେ ଚାଷି ନୟାନ୍ତ ହେବା ସହ ଦଲାଲ ସକ୍ରିୟ ହେବେ । ନୁତନ ଗାଇଡ ଲାଇନରେ ଚାଷି ପ୍ରଥମେ ନିଜେ ଉପସ୍ଥିତ ରହି କୃଷି ବିଭାଗ କାଯ୍ୟାଳୟରେ ପଞ୍ଜିକୃତ କରି ସେଠାରୁ ପ୍ରମାଣ ପତ୍ର ନେବାପରେ ଲ୍ୟାମ୍ପସରେ ପଞ୍ଜିକୃତ ହେବ । ଜମିର ମାଲିକ ବାହାରେ ରହୁଥିଲେ ପଞ୍ଜିକୃତ ହେବ ନାହିଁ ସେହି ଜମି ଯଦି ଭାଇ କିମ୍ବା ଭାଗ ଚାଷ କରୁଥିବା ଉତ୍ପାଦିତ ଧାନ ମଣ୍ଡିରେ ବିକ୍ରୟ ହୋଇ ପାରିବ ନାହିଁ । ସେହି ଧାନ ଅଭାବି ବିକ୍ରି ହେବା ସହ ଚାଷି ବାଧ୍ୟ ହୋଇ ସାଗ ମାଛ ଦରରେ ଦଲାଲ କୁ ଟେକି ଦେବ । ସରକାର ଏହି ନିୟମ ପ୍ରଚଳନ କଲେ ଚାଷି କମ ରେଜିଷ୍ଟେସନ କରିବେ ସରକାର ଆଉ ସରକାରଙ୍କୁ ଆଉ ଅଧିକା ଟଙ୍କା ଦେବାକୁ ପଡିବ ନାହିଁ । ଚାଷିଙ୍କୁ ଉଚିତ ମୁଲ୍ୟ ଦିଆଯିବ ବୋଲି କହି ପ୍ରତିଶ୍ୃିତି ଦେଇଥିଲେ । ଚାଷି ମଧ୍ୟ ଭରସା କରି ଭୋଟ ଦୋଇଥିଲେ । ପରେ ଭାଜପା ସରକାରଙ୍କୁ ଆସିଲା । ସରକାର କୁ ଆସିବା ପର ଠାରୁ ଚାଷି ପ୍ରତାରଣାର ଶୀକାର ହୋଉଛି । ଚାଷୀ ମାନେ ଅଗଷ୍ଟ ୬ରୁ ୩୧ ତାରିଖ ଯାଏ ମଧ୍ୟରେ ପଞ୍ଜି କରଣ ସହିତ ଆବଶ୍ୟକ କାଗଜ ପତ୍ର ଦାଖଲ କରିବେ । ଆଧାର ସଂଯୁକ୍ତ ମୋବାଇଲ ନମ୍ବର ,ମୋବାଇଲ ନମ୍ବର ବିକଳ୍ପ ମୋବାଇଲ ନମ୍ବର ଆଧାର କାର୍ଡ , ଜମି ପଟ୍ଟା, ପାସ ବୁକ ଆଦି ଦେବାକୁ ପଡିବ । ଫଳରେ ବହୁ ବର୍ଷ ଧରି ପୈତୃକ ଜମିରେ ଚାଷ କରୁଥିବା ହଜାର ହଜାର କରିବାର ସମସ୍ୟାରେ ପଡିବେ । ଅନେକ କ୍ଷେତ୍ରରେ ଜମି ଏ ପଯ୍ୟନ୍ତ ମୃତ ଜଜେ ବାପା କିମ୍ବା ଜେଜେ ମା ଙ୍କ ନାମରେ ରହିଥିବା ବେଳେ ବତ୍ତମାନ ତୃତିୟ ପିଢି ସେହି ଜମିରେ ଚାଷ କରୁଛନ୍ତି । ନୁଆ ବ୍ୟବସ୍ଥାରେ ସେ ମାନେ କିପରି ପଞ୍ଜିକରଣ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଯୁଗ୍ମ ମାଲିକାନାରେ ଥିବା ଜମି ଏବଂ ପରିବାର ମଧ୍ୟରେ ମାଲିକାନା ବିବାଦ ଥିବା ଜମିର ପଞ୍ଜିକରଣ ମଧ୍ୟ ଜଟିଳ ହେବା ଆଶଙ୍କା ରହିଛି । ନୁଆ ନିୟମ ଭାଗ ଚାଷିଙ୍କ ପାଇଁ ମଧ୍ୟ ବଢ ସମସ୍ୟା ସୃଷ୍ଟି କରିଛି । ପୁବର ଜମା ମାଲିକଙ୍କ ସହମତି ପତ୍ର ଓ ଆଧାର କାର୍ଡ ଆଧାରରେ ପଞ୍ଜିକରଣ କରୁଥିଲେ । କିନ୍ତୁ ଜମି ମାଲିକଙ୍କ ବାୟୋମେଟ୍ରିକ ଯାଞ୍ଚ କିମ୍ବା ପ୍ରତ୍ୟକ୍ଷ ଉପସ୍ଥିତି କୁ ବାଧ୍ୟତା ମୁଳକ କରାଯାଇ ଥିବାରୁ ଭାଗ ଚାଷି ଙ୍କ ପାଇଁ ପଞ୍ଜିକରଣ କରିବା ପ୍ରାୟ ଅସମ୍ବବ ହୋଇ ପଡିବ ବୋଲି ରାଜ୍ୟ ଉପ ସଭାପତି ନନ୍ଦ ଅଭିଯୋଗ କରିଛନ୍ତି । ର୍ ପଞ୍ଜିକରଣ ନିୟମକୁ କୋହଳ କରି ପୁରୁଣା ଗାଇଡ ଲାଇନକୁ ପ୍ରଚଳନ କରିବାକୁ ଦାବି ହୋଇଛି । ବତ୍ତମାନ ଯେଉଁ ଚାଷୀ ମାନେ ଚାଷ କରିଛନ୍ତି ସେ ମାନେ କିପରି ପଞ୍ଜିକରଣ କରି ଏମ.ଏସ.ପି ଓ ସମୃଦ୍ଧ କୃଷକ ଯୋଜନାର ଲାଭ ପାଇବେ ସରକାର ଯୋଜନା କରନ୍ତୁ ବୋଲି କେ ଶ୍ରୀନିବାସ ରାଓ, ଗଦାଧର ଷଡଙ୍ଗୀ, ମନୋଜ ପାତ୍ର, ନରେନ୍ଦ୍ର ନାୟକ, ସଞ୍ଜୟ ବେହେରା, ରତ୍ନକାର ନାରାଜି ପ୍ରମୁଖ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande