ବ୍ଲକ୍ ଓ ତହସିଲ୍ସ୍ତରୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ଓସ୍ୱାସ୍ ୩.୦
- ଡିଜିଟାଲ ହେବ ଅଫିସ୍ କାର୍ଯ୍ୟ ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ସଚିବାଳୟ କାର୍ଯ୍ୟପ୍ରଣାଳୀର ପରବର୍ତୀ ପିଢ଼ିର ଡିଜିଟାଲ୍ ପ୍ଲାଟଫର୍ମ ‘ଓସ୍ୱାସ୍ ୩.୦’ର କାର୍ଯ୍ୟାନ୍ୱୟନ ପାଇଁ ଟିସିଏସ୍ କୁ
CS


- ଡିଜିଟାଲ ହେବ ଅଫିସ୍ କାର୍ଯ୍ୟ

ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ସଚିବାଳୟ କାର୍ଯ୍ୟପ୍ରଣାଳୀର ପରବର୍ତୀ ପିଢ଼ିର ଡିଜିଟାଲ୍ ପ୍ଲାଟଫର୍ମ ‘ଓସ୍ୱାସ୍ ୩.୦’ର କାର୍ଯ୍ୟାନ୍ୱୟନ ପାଇଁ ଟିସିଏସ୍ କୁ ସିଷ୍ଟମ୍ ଡେଭଲପର ଭାବେ ନିଯୁକ୍ତ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିପାଇଁ ୧୨୨ କୋଟି ୬୦ ଲକ୍ଷ ୨୫ ହଜାର ୪୩୬ ଟଙ୍କା (ଜିଏସ୍‌ଟି ବାଦ) ବ୍ୟୟ ହେବ।

ଓଡ଼ିଶା ସରକାରଙ୍କ ଏହି ପ୍ରମୁଖ ଡିଜିଟାଲ୍ ପ୍ରଶାସନିକ ପ୍ରକଳ୍ପ ଦ୍ୱାରା ସମୟୋପଯୋଗୀ ଓ ତଥ୍ୟଭିତିକ ନିଷ୍ପତି ଗ୍ରହଣ ସହଜ ହେବା ସହ ପ୍ରଶାସନିକ ଏବଂ ପ୍ରକ୍ରିୟାଗତ ବିଳମ୍ବ ହ୍ରାସ ପାଇଛି। ଏହା ଦ୍ୱାରା ଦକ୍ଷ, ସ୍ୱଚ୍ଛ, ଉତରଦାୟୀ ଓ ସକ୍ରିୟ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।

ଓସ୍ୱାସ୍ ବ୍ୟବସ୍ଥାକୁ ବ୍ଲକ୍ ଓ ତହସିଲ୍‌ସ୍ତରୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଏହା ଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ଡିଜିଟାଲ୍ ଫାଇଲ୍ ପ୍ରକ୍ରିୟାକରଣ ଏବଂ କାଗଜବିହୀନ କାର୍ଯ୍ୟାଳୟ ବ୍ୟବସ୍ଥା ପ୍ରତିଷ୍ଠା ଲକ୍ଷ୍ୟ ଅଧିକ ଗତିଶୀଳ ହୋଇଛି।

୨୦୨୫-୨୬ ବର୍ଷରେ ଓସ୍ୱାସ୍ ୨.୦ର କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ବ୍ଲକ୍ ସ୍ତରୀୟ କାର୍ଯ୍ୟାଳୟଗୁଡ଼ିକୁ ଏହାର ପରିସରଭୁକ୍ତ କରାଯିବା ସହ ଏକ ବର୍ଷ ମଧ୍ୟରେ ସଂଯୁକ୍ତ କାର୍ଯ୍ୟାଳୟ ସଂଖ୍ୟାରେ ୬୩୮ ପ୍ରତିଶତ ଏବଂ ବ୍ୟବହାରକାରୀଙ୍କ ସଂଖ୍ୟାରେ ୨୪୭ ପ୍ରତିଶତ ବୃଦ୍ଧି ହୋଇଥିଲା।

ନୂଆ ବ୍ୟବସ୍ଥାର ଲକ୍ଷ୍ୟ ହେଉଛି ଶାସନ ସେବା ପ୍ରଦାନରେ ବିସ୍ତାରକ୍ଷମତା, ସୁରକ୍ଷା, ପରସ୍ପର କାର୍ଯ୍ୟକ୍ଷମତା ଏବଂ ସାମଗ୍ରିକ ପ୍ରଭାବଶୀଳତା ବୃଦ୍ଧି କରିବା।

ଓସ୍ୱାସ୍ ୩.୦ ପାଇଁ ନୂତନ ସିଷ୍ଟମ୍ ଡେଭଲପର ଚୟନ ନିମନ୍ତେ ଇ-ନିବିଦା ପୋର୍ଟାଲ୍ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଥିରେ ଟିସିଏସ୍ ଏକମାତ୍ର ବିଡ୍ ଦାଖଲ କରିଥିଲା। ନିର୍ଦ୍ଦେଶାବଳୀ ଅନୁଯାୟୀ ବିଡ୍ ର ମୂଲ୍ୟାୟନ ଏବଂ ଚୁକ୍ତି ପୂର୍ବ ଆଲୋଚନା ପରେ ଟିସିଏସ୍ ୧୨୨ କୋଟି ୬୦ ଲକ୍ଷ ୨୫ ହଜାର ୪୩୬ ଟଙ୍କା (ଜିଏସ୍‌ଟି ବାଦ) ବ୍ୟୟରେ ଓସ୍ୱାସ୍ ୩.୦ର କାର୍ଯ୍ୟାନ୍ୱୟନ ସହିତ ପାଂଚ ବର୍ଷ ପାଇଁ ସହାୟତା ଯୋଗାଇବାକୁ ସମ୍ମତି ଦେଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande