ସେମିକଣ୍ଡକ୍ଟର ନୀତିର ତୃତୀୟ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.) - ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପକୁ ଆହୁରି ସୁଦୃଢ଼ କରିବା ଏବଂ ଅଧିକ ପୁଞ୍ଜିନିବେଶ ଆକର୍ଷଣ ଲକ୍ଷ୍ୟରେ ଓଡ଼ିଶା ସରକାର ସେମିକଣ୍ଡକ୍ଟର ମାନୁଫାକଚରିଂ ଓ ଫାବ୍‌ଲେସ୍ ନୀତିର ତୃତୀୟ ସଂଶୋଧନକୁ ଅନୁମୋଦନ କରିଛନ୍ତି। ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ସଂ
ସେମିକଣ୍ଡକ୍ଟର ନୀତିର ତୃତୀୟ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ


ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.) - ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପକୁ ଆହୁରି ସୁଦୃଢ଼ କରିବା ଏବଂ ଅଧିକ ପୁଞ୍ଜିନିବେଶ ଆକର୍ଷଣ ଲକ୍ଷ୍ୟରେ ଓଡ଼ିଶା ସରକାର ସେମିକଣ୍ଡକ୍ଟର ମାନୁଫାକଚରିଂ ଓ ଫାବ୍‌ଲେସ୍ ନୀତିର ତୃତୀୟ ସଂଶୋଧନକୁ ଅନୁମୋଦନ କରିଛନ୍ତି। ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ସଂଶୋଧନକୁ ମଞ୍ଜୁରି ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।

ସେପ୍ଟେମ୍ବର ୨୦୨୩ରେ ପ୍ରଥମେ ପ୍ରଣୟନ ହୋଇଥିବା ଏହି ନୀତିରେ ପରବର୍ତୀ ସମୟରେ ମାର୍ଚ୍ଚ ୨୦୨୪ ଏବଂ ଜୁଲାଇ ୨୦୨୫ରେ ସଂଶୋଧନ କରାଯାଇଥିଲା। ନୀତି ମାଧ୍ୟମରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର, ଏଟିଏମ୍‌ପି/ଓଏସ୍‌ଏଟି ଭଳି ରଣନୈତିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକର୍ଷଣରେ ଉଲ୍ଲେଖନୀୟ ସଫଳତା ମିଳିଛି। ଏପର୍ଯ୍ୟନ୍ତ ୫ଟି କମ୍ପାନୀର ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ, ସେଥିରୁ ୨ଟି ପ୍ରକଳ୍ପ ଭାରତ ସେମିକଣ୍ଡକ୍ଟର ମିଶନ୍ ଅଧୀନରେ କେନ୍ଦ୍ରୀୟ ସହାୟତା ପାଇଛି।

ଶିଳ୍ପ ଏବଂ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ମତାମତ ସହ ଜାତୀୟ ନୀତିଗତ ପ୍ରାଥମିକତାରେ ହେଉଥିବା ପରିବର୍ତନକୁ ବିଚାରକରି ନୂଆ ସଂଶୋଧନ କରାଯାଇଛି। ଏହା ଅଧୀନରେ ସେମିକଣ୍ଡକ୍ଟର ଉପକରଣ ନିର୍ମାଣ, ଗବେଷଣା ଓ ବିକାଶ, ସେମିକଣ୍ଡକ୍ଟର-ଗ୍ରେଡ୍ ରାସାୟନିକ ପଦାର୍ଥ, ବିଶେଷ ଗ୍ୟାସ୍‌, ଉନ୍ନତ ସାମଗ୍ରୀ ଏବଂ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳର ବିଭିନ୍ନ ଉପାଦାନକୁ ପ୍ରୋତ୍ସାହନ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି।

ଭାରତ ସେମିକଣ୍ଡକ୍ଟର ମିଶନ୍ ଦ୍ୱାରା ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ଓଡ଼ିଶା ସରକାର ଯୋଗ୍ୟ ପୁଞ୍ଜି ଖର୍ଚ୍ଚର ୨୫ ପ୍ରତିଶତ ଅତିରିକ୍ତ ଆର୍ôଥକ ସହାୟତା ପ୍ରଦାନ କରିବେ। ଏହି ସହାୟତା କେନ୍ଦ୍ର ସରକାରଙ୍କ ସହାୟତା ସହ ସମାନୁପାତିକ ଭିତିରେ ପ୍ରଦାନ କରାଯିବ। ପ୍ରକଳ୍ପର ନିର୍ଦ୍ଧାରିତ ମାଇଲ୍‌ଷ୍ଟୋନ୍ ଏବଂ ଭାରତ ସେମିକଣ୍ଡକ୍ଟର ମିଶନ୍ ଦ୍ୱାରା ଅନୁମୋଦିତ ସହାୟତା ଅନୁଯାୟୀ ଏହି ପ୍ରୋତ୍ସାହନ ଦିଆଯିବ।

ଏଥିସହ ସେମିକଣ୍ଡକ୍ଟର ଉପକରଣ, ଇନ୍‌ପୁଟ୍ ଯୋଗାଣ ଶୃଙ୍ଖଳ ଏବଂ କଂଚାମାଲ କ୍ଷେତ୍ରରେ ବୃହତ୍ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ପ୍ରଦାନର ବ୍ୟବସ୍ଥା ରହିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ଆଧାରରେ ରାଜ୍ୟ କ୍ୟାବିନେଟ୍ ର ଅନୁମୋଦନ ପରେ ଏହି ପ୍ୟାକେଜ୍ ପ୍ରଦାନ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande