ପିଏସପି ନୀତି ସଂଶୋଧନ କୁ କ୍ୟାବିନେଟ ମଞ୍ଜୁରି
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.) - ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ ପମ୍ପକ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସି)ର ସାମ୍ପ୍ରତିକ ବିକାଶକୁ ଦୃଷ୍ଟିରେ ରଖ୍ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପି.ଏସ୍‌.ପି ନୀତି ଏବଂ ପି.ଏସ୍‌.ପି ନୀତି ଉପରେ ପରିଚାଳନା ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି। ଏହି ନୀତିରେ ଏକ ଦୃଢ଼
ପିଏସପି ନୀତି ସଂଶୋଧନ କୁ କ୍ୟାବିନେଟ ମଞ୍ଜୁରି


ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.) - ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ ପମ୍ପକ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସି)ର ସାମ୍ପ୍ରତିକ ବିକାଶକୁ ଦୃଷ୍ଟିରେ ରଖ୍ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପି.ଏସ୍‌.ପି ନୀତି ଏବଂ ପି.ଏସ୍‌.ପି ନୀତି ଉପରେ ପରିଚାଳନା ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି। ଏହି ନୀତିରେ ଏକ ଦୃଢ଼ ଢାଞ୍ଚା ପ୍ରତିଷ୍ଠା କରିବାର ପରିକଳ୍ପନା କରାଯାଇଛି ଯାହା ରାଜ୍ୟରେ ପମ୍ପ ଷ୍ଟୋରେଜ୍ ପ୍ରକଳ୍ପର ବିକାଶକୁ ପ୍ରୋତ୍ସାହିତ କରିବ । କ୍ୟାବିନେଟ ଏହି ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି, ଯାହା ୩୧.୦୩.୨୦୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ।୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉପରୁ ପ୍ରାୟ ୧୧,୦୦୦ ମେଗାୱାଟ କ୍ଷମତା ଯୋଡିବାକୁ ରାଜ୍ୟ ଲକ୍ଷ୍ୟ ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande