
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.): ଉଚ୍ଚଶିକ୍ଷା ମନ୍ତ୍ରୀ
ସୂରଜ ସୂର୍ଯ୍ୟବଂଶୀ ଗୁଜରାଟ ଗସ୍ତ ସମୟରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଔପଚାରିକ
ସାକ୍ଷାତ କରିଛନ୍ତି। ସେ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ମାର୍ଗଦର୍ଶନ ଏବଂ
ପ୍ରେରଣାଦାୟୀ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି।
ମନ୍ତ୍ରୀ ତାଙ୍କ ସୋସିଆଲ
ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଗୁଜରାଟ
ରାଜ୍ୟପାଳଙ୍କ ସହ ତାଙ୍କର ସାକ୍ଷାତ ଅତ୍ୟନ୍ତ ଆତ୍ମୀୟ ଓ ସୌହାର୍ଦ୍ଦପୂର୍ଣ୍ଣ ଥିଲା।
ରାଜ୍ୟପାଳଙ୍କ ପ୍ରେରଣାଦାୟୀ ବାଣୀ ଏବଂ ମୂଲ୍ୟବାନ ମାର୍ଗଦର୍ଶନ ତାଙ୍କ ପାଇଁ ଉତ୍ସାହବର୍ଦ୍ଧକ
ହୋଇଥିଲା ବୋଲି ସେ କହିଛନ୍ତି। ଏହି ଆତ୍ମୀୟ ଆଲୋଚନାକୁ ସେ ଏକ ସ୍ମରଣୀୟ ମୁହୂର୍ତ୍ତ ଭାବେ
ବର୍ଣ୍ଣନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା