ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି , ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ, 12 ଅଗଷ୍ଟ (ହି.ସ.) - ବୁଧବାର ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେଉଛି |ଗୁରୁବାର ଶ୍ରାବଣ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍
ଗୁରୁବାରେ ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବନକଲାଗି


ପୁରୀ, 12 ଅଗଷ୍ଟ (ହି.ସ.) - ବୁଧବାର ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେଉଛି |ଗୁରୁବାର ଶ୍ରାବଣ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି |ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ । ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ଗର୍ଭ ଗୃହ ବନ୍ଦ ହୋଇ ଏହି ନୀତି ସମ୍ପାଦନ କରାଯିବ । ଦତ୍ତ ମହାପାତ୍ର ସେବକ ରତ୍ନସିଂହାସନ ଉପରକୁ ଯାଇ ଶ୍ରୀବିଗ୍ରହଙ୍କ ମୁଖଶୃଙ୍ଗାର କରିବେ । ପ୍ରାକୃତିକ ରଙ୍ଗ ସହ କସ୍ତୁରୀ ଓ କେଶର ସୁବାସିତ ପଦାର୍ଥ ମିଶ୍ରଣ କରାଯିବ । ବନକଲାଗି ପ୍ରସ୍ତୁତି ପାଇଁ ବନକଲାଗି ଘର ରହିଛି । ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ରଙ୍ଗ, ହେଙ୍ଗୁଳ ରୁ କଳା ରଙ୍ଗ ପ୍ରସ୍ତୁତ ହୋଇଥାଏ । ଏହି ରଙ୍ଗରେ କସ୍ତୁରୀ ଓ କର୍ପୂର ମିଶା ଯାଇଥାଏ । ବନକଲାଗି ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ମହାପ୍ରଭୁଙ୍କ ମହାସ୍ନାନ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande