
ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.)- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର କହିଛନ୍ତି ଯେ କଂଗ୍ରେସର ଚିନ୍ତାଧାରା ସମଗ୍ର ଦେଶକୁ ଯୋଡ଼ିବା ଏବଂ ଏକ ରଖିବାର, ଯେତେବେଳେ କି କିଛି ଲୋକ ଜନତାଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛନ୍ତି।
କଂଗ୍ରେସ ପାର୍ଟିର ଶାଖା ରଚନାତ୍ମକ କଂଗ୍ରେସ'ର ଜାତୀୟ ଅଧିବେଶନରେ ଖଡ଼ଗେ କହିଛନ୍ତି ଯେ ସମଗ୍ର ଦେଶକୁ ଯୋଡ଼ିବା ଏବଂ ଏକ ରଖିବା କଂଗ୍ରେସର ଚିନ୍ତାଧାରା ରହିଆସିଛି। ଏହାର ବିପରୀତ ଆଜି କିଛି ଲୋକ ଜନତାଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଖଡ଼ଗେ ଅଭିଯୋଗ କରିଛନ୍ତି ଯେ ସରକାର ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ ଏବଂ ଡ. ଭୀମରାଓ ଆମ୍ବେଦକରଙ୍କ ସ୍ୱପ୍ନକୁ ଚୂରମାର କରିବା ପାଇଁ କାମ କରୁଛି। ଏହି ନେତାମାନେ ଏପରି ଏକ ଭାରତର କଳ୍ପନା କରିଥିଲେ, ଯେଉଁଥିରେ ସମାଜର ସମସ୍ତ ବର୍ଗଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ।
ଟେଲିଭିଜନରେ ପ୍ରସାରିତ ହେଉଥିବା ବିଜ୍ଞାପନକୁ ନେଇ ମଧ୍ୟ ଖଡ଼ଗେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋତେ ଦୁଃଖ ଲାଗେ ଯେ ଆଜି ଟିଭିରେ ପାନ ମସଲା, ତେଲ ଏବଂ ବହୁତ ପ୍ରକାରର ପ୍ରଡକ୍ଟର ବିଜ୍ଞାପନ ଚାଲୁଛି।' ସେ କହିଛନ୍ତି ଯେ ଏହା ବଦଳରେ ଦେଶର ଭଲ କାମ, ସ୍ୱାଧୀନତାର ନାୟକମାନେ ଏବଂ ସେମାନଙ୍କ ବିଚାରର ପ୍ରଚାର କରାଯିବା ଉଚିତ।
ସେ କହିଛନ୍ତି ଯେ ସ୍ୱାଧୀନତାର ନାୟକମାନଙ୍କ ବିଚାର ଏବଂ ସେମାନଙ୍କ ଅବଦାନକୁ ଯୁବପିଢ଼ି ପର୍ଯ୍ୟନ୍ତ ପହଂଚାଇବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଦେଶଭକ୍ତ ଯୁବକ ପ୍ରସ୍ତୁତ ହୋଇପାରିବେ। ଦେଶକୁ ବାଂଟିବା ବଦଳରେ ଲୋକମାନଙ୍କୁ ଯୋଡ଼ିବା ଏବଂ ସମସ୍ତ ବର୍ଗଙ୍କୁ ସାଙ୍ଗରେ ନେଇ ଚାଲିବାର ଆବଶ୍ୟକତା ରହିଛି।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ