ଆସାମ-ଅରୁଣାଚଳ ସୀମା ଉତେଜନା ଉପରେ ଉଭୟ ସରକାର ଆଲୋଚନା ଜାରି
ଟିଏମ୍ପିକେ ଦେଇଛି ୪୮ ଘଂଟାର ସମୟସୀମା ଗୌହାଟୀ, ୧୩ ଅଗଷ୍ଟ(ହି.ସ.) – ଆସାମ ଏବଂ ଅରୁଣାଚଳ ପ୍ରଦେଶର ସରକାର ସୀମା ଉତେଜନାର ଦୁଇଟି ଭିନ୍ନ ଦିଗ ଉପରେ ଆଲୋଚନା ଜାରି ରଖିଛନ୍ତି। ଏଥିରେ ଆନ୍ତଃରାଜ୍ୟ ସୀମା ବିବାଦ ଏବଂ ସୋମବାର ଦିନ ଗୁଳି ବିନିମୟ ଘଟଣା ଅନ୍ତର୍ଭୁକ୍ତ। ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଅ
ଆସାମ-ଅରୁଣାଚଳ ସୀମା ଉତେଜନା ଉପରେ ଉଭୟ ସରକାର ଆଲୋଚନା ଜାରି


ଟିଏମ୍ପିକେ ଦେଇଛି ୪୮ ଘଂଟାର ସମୟସୀମା

ଗୌହାଟୀ, ୧୩ ଅଗଷ୍ଟ(ହି.ସ.) – ଆସାମ ଏବଂ ଅରୁଣାଚଳ ପ୍ରଦେଶର ସରକାର ସୀମା ଉତେଜନାର ଦୁଇଟି ଭିନ୍ନ ଦିଗ ଉପରେ ଆଲୋଚନା ଜାରି ରଖିଛନ୍ତି। ଏଥିରେ ଆନ୍ତଃରାଜ୍ୟ ସୀମା ବିବାଦ ଏବଂ ସୋମବାର ଦିନ ଗୁଳି ବିନିମୟ ଘଟଣା ଅନ୍ତର୍ଭୁକ୍ତ। ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଅତୁଲ ବୋରା ଏବଂ ରଣଜ ପେଗୁ ଗୁରୁବାର ଦିନ ଟାକାମ ମିସିଂ ପୋରିନ କେବାଙ୍ଗ(ଟିଏମ୍ପିକେ)ଙ୍କ ସହ ଏକ ବୈଠକ କରିଛନ୍ତି।

ଧେମାଜୀସ୍ଥିତ ଆୱାର୍ତା ଭବନରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀମାନେ କହିଥିଲେ ଯେ ସୀମା ବିବାଦ ଏବଂ ସୋମବାରର ଗୁଳି ବିନିମୟ ଘଟଣା ଉପରେ ସରକାର ଅଲଗା ନଜର ରଖିଛନ୍ତି। ସରକାରଙ୍କ କହିବା ଅନୁଯାୟୀ, ଅରୁଣାଚଳ ପ୍ରଦେଶର ଚାରି ଜଣ ବ୍ୟକ୍ତି ଏହି ଗୁଳିକାଣ୍ଡ ଘଟଣାରେ ସିଧାସଳଖ ସମ୍ପୃକ୍ତ ଥିଲେ। ଏହି ଘଟଣାରେ ୧୮ ଜଣ ଆସାମୀ ଆହତ ହୋଇଥିଲେ।

ଏହି ଘଟଣାରେ ଆସାମ ପୋଲିସ ଏକ ମାମଲା ରୁଜୁ କରିଛି। ସରକାର ଆଶା କରିଥିଲେ ଯେ ଟିଏମପିକେ ଖୁବ୍ ଶୀଘ୍ର ଅରୁଣାଚଳ ପ୍ରଦେଶ ବିରୋଧରେ ଆର୍ôଥକ ଅବରୋଧ ଉଠାଇ ନେବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande