
ରାୟପୁର, ଅଗଷ୍ଟ ୧୩ (ହି.ସ.)- ଗୁରୁବାର ସକାଳେ ପ୍ରବର୍ତନ ବିଭାଗ (ଇଡି) ଟିମ୍ ଛତିଶଗଡ଼ର ରାଜନନ୍ଦଗାଓଁର ତିନୋଟି ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା। ସୂଚନା ଅନୁଯାୟୀ, ଇ. ଡି. ର ଅଲଗା ଅଲଗା ଦଳ ଭୋପାଳ ଏବଂ ରାୟପୁରରୁ ପହଂଚି ସହର ସଂଲଗ୍ନ ତିନୋଟି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଜିଲ୍ଲା ଖଣିଜ ଟ୍ରଷ୍ଟ ପାଣ୍ଠି (ଡି. ଏମ୍. ଏଫ୍. ଦୁର୍ନୀତି) ମାମଲା ସହ ଜଡ଼ିତ ଆର୍ôଥକ କାରବାର ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ସତ୍ୟମ ବିହାର କଲୋନୀରେ ୟଶ ନାହଟା ଏବଂ ରୋମିଲ ନାହଟାଙ୍କ ବାସଭବନ ଏବଂ ବ୍ୟବସାୟିକ ପରିସରରେ ଇଡି ଅଧିକାରୀମାନେ ଚଢ଼ଉ କରୁଛନ୍ତି। କାମଥି ଲାଇନରେ ବ୍ୟବସାୟୀ ମନୀଷ ଭଂସାଲୀଙ୍କ ଭଂସାଲୀ କିରାନା ଭଣ୍ଡାର' ସହିତ ଜଡିତ ସ୍ଥାନଗୁଡ଼ିକରେ ମଧ୍ୟ ଦଳ ରେକର୍ଡ ଯାଂଚ କରୁଛି।
ଇଡି ଅଧିକାରୀମାନେ ସକାଳ ପ୍ରାୟ ୬ଟା ବେଳେ ରାଜନନ୍ଦଗାଓଁରେ ପହଂଚି ସମ୍ପୃକ୍ତ ପରିସରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅପରେସନ ସମୟରେ ଅଧିକାରୀମାନେ ଆର୍ôଥକ କାରବାର ସମ୍ବନ୍ଧୀୟ କାଗଜପତ୍ର ଏବଂ ରେକର୍ଡ ଯାଂଚ କରିଥିଲେ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ସ୍ଥାନ ବାହାରେ ପୋଲିସ୍ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଥିଲା।
ସରକାରୀ ସୂତ୍ର ଅନୁଯାୟୀ, ଇଡି କାର୍ଯ୍ୟାନୁଷ୍ଠାନ ଡିଏମଏଫ ମାମଲାର ତଦନ୍ତ ସହିତ ଜଡିତ ବୋଲି କୁହାଯାଉଛି। ତେବେ କାର୍ଯ୍ୟାନୁଷ୍ଠାନର କାରଣ କିମ୍ବା ତଦନ୍ତର ପରିସର ବିଷୟରେ ଅନୁସନ୍ଧାନକାରୀ ସଂସ୍ଥା ତରଫରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଭାବେ ସୂଚନା ମିଳିନାହିଁ।
ନାହାଟା ଏବଂ ଭଂସାଲୀଙ୍କ ସହ ଜଡ଼ିତ ଏହି ସ୍ଥାନଗୁଡ଼ିକରେ ମଧ୍ୟ ୨୦୨୫ ଅକ୍ଟୋବରରେ ଇଡି ଦଳ ଚଢ଼ଉ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ