ପାଣିକୋଇଲି ଥାନା ପକ୍ଷରୁ ସାଇବର ସଚେତନତା
କୋରାଇ, ୧୩ ଅଗଷ୍ଟ(ହି.ସ.) – ପାଣିକୋଇଲି ଥାନା ପକ୍ଷରୁ ଆଜି ପାଣିକୋଇଲି କଚେରୀ ସ୍କୁଲ(ପାଣିକୋଇଲି ସରକାରୀ ପ୍ରାଥମିକ ବିଦ୍ୟାଳୟ) ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନେତୃତ୍ୱରେ ବଢୁଥିବା ସାଇବର ଅପରାଧ ଓ ଏହାର ନିୟନ୍ତ୍ରଣ କେବଳ ସଚ
ପାଣିକୋଇଲି ଥାନା ପକ୍ଷରୁ ସାଇବର ସଚେତନତା


କୋରାଇ, ୧୩ ଅଗଷ୍ଟ(ହି.ସ.) – ପାଣିକୋଇଲି ଥାନା ପକ୍ଷରୁ ଆଜି ପାଣିକୋଇଲି କଚେରୀ ସ୍କୁଲ(ପାଣିକୋଇଲି ସରକାରୀ ପ୍ରାଥମିକ ବିଦ୍ୟାଳୟ) ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନେତୃତ୍ୱରେ ବଢୁଥିବା ସାଇବର ଅପରାଧ ଓ ଏହାର ନିୟନ୍ତ୍ରଣ କେବଳ ସଚେତନତା ମାଧ୍ୟମରେ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ। କେମିତି ସାଇବର ଠକେଇ ଚାଲିଛି ଓ ଏହାକୁ ନିୟନ୍ତ୍ରଣ ଦିଗରେ କି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ମୋବାଇଲ ବ୍ୟବହାର ନକରିବା ଓ ଗେମ୍ ନଖେଳିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ସବଇନ୍ସପେକ୍ଟର ବିଶ୍ୱରଂଜନ ଦାସ, ମିନତୀ ବେହେରା, ଏଏସ୍ଆଇ ନିର୍ମଳ ଚୌଧୁରୀ, ହାବିଲଦାର ସୁଲୋଚନ ବେହେରା, ଗଣେଷ ଲେଙ୍କା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ଦାସ, ପରିଚାଳନା କମିଟି ସଭାପତି ଆନନ୍ଦ ରଣାଙ୍କ ସମତେ ସମସ୍ତ ପୁଲିସ ଅଧିକାରୀ, କର୍ମଚାରୀ, ଜାଗୃତି ସମାଜର ସଦସ୍ୟ ଓ ପରିଚାଳନା କମିଟି ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande