
ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.)- କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଏବଂ ତାଙ୍କ ପତ୍ନୀ 'ହର ଘର ତିରଙ୍ଗା' ଅଭିଯାନର ଅଂଶବିଶେଷ ଭାବେ ଗୁରୁବାର ଦିନ ଦିଲ୍ଲୀରେ ନିଜ ବାସଭବନରେ ତ୍ରିରଙ୍ଗା ପତାକା ଉତୋଳନ କରିଛନ୍ତି ।
ଶାହା ଏକ୍ସରେ ଲେଖିଛନ୍ତି, ଆଜି ମୋ ବାସଭବନରେ, ମୁଁ ହର ଘର ତିରଙ୍ଗା ଅଭିଯାନର ଏକ ଅଂଶ ଭାବରେ ତ୍ରିରଙ୍ଗା ଉତୋଳନ କଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମ ଏବଂ ଗର୍ବର ଭାବନାକୁ ଆହୁରି ମଜବୁତ କରୁଛି । ଆଜି କୋଟି କୋଟି ଦେଶବାସୀ ତ୍ରିରଙ୍ଗା ସହିତ ଯୋଡ଼ି ହେଉଛନ୍ତି, 'ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନାକୁ ସୁଦୃଢ଼ କରୁଛନ୍ତି ।
ଏଥି ସହିତ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି ଯେ, ଡାଲ ହ୍ରଦ, ଶିକାରା, ତ୍ରିରଙ୍ଗା ଏବଂ ଏକ ଆନନ୍ଦଦାୟକ ଅନୁଭୂତି । କାଶ୍ମୀରର ସୌନ୍ଦର୍ଯ୍ୟ ମଧ୍ୟରେ ଗର୍ବର ସହ ଉଡ଼ୁଥିବା ତ୍ରିରଙ୍ଗା, ଏହା ହେଉଛି ନୂତନ କାଶ୍ମୀରର ନୂତନ ପରିଚୟ । ଏଠାରେ ପ୍ରତ୍ୟେକ ହୃଦୟରେ ଦେଶ ପାଇଁ ଶାନ୍ତି, ବିକାଶ ଏବଂ ଗୌରବର ଭାବନା ରହିଛି । ଏହା କେବଳ ଏକ ଦୃଶ୍ୟ ନୁହେଁ, ଏହା ନୂତନ କାଶ୍ମୀରର ନୂତନ ଶକ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ