କେନିଆ ସଂସଦୀୟ ପ୍ରତିନିଧିମଣ୍ଡଳ ସହ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ସାକ୍ଷାତ
ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.) ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ସଭାପତି ସି.ପି. ରାଧାକୃଷ୍ଣନ ଗୁରୁବାର ଭାରତର ଦ୍ୱିପାକ୍ଷିକ ଗସ୍ତରେ ଆସିଥିବା କେନିଆର ନ୍ୟାସନାଲ ଆସେମ୍ବଲିର ଅଧ୍ୟକ୍ଷ ଡ. ମୋସା ଏମ. ୱେଟାଙ୍ଗୁଲାଙ୍କ ନେତୃତ୍ୱାଧୀନ ସଂସଦୀୟ ପ୍ରତିନିଧିମଣ୍ଡଳ ସହ ସାକ୍ଷାତ କରିଛନ୍ତି। ଏହି ଅବସରର
राज्यसभा के सभापति सी. पी. राधाकृष्णन गुरुवार को केन्या के नेशनल असेंबली के अध्यक्ष डॉ. मूसा एम. वेटांगुला के नेतृत्व वाले संसदीय प्रतिनिधिमंडल से मुलाकात की


ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.) ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ସଭାପତି ସି.ପି. ରାଧାକୃଷ୍ଣନ ଗୁରୁବାର ଭାରତର ଦ୍ୱିପାକ୍ଷିକ ଗସ୍ତରେ ଆସିଥିବା କେନିଆର ନ୍ୟାସନାଲ ଆସେମ୍ବଲିର ଅଧ୍ୟକ୍ଷ ଡ. ମୋସା ଏମ. ୱେଟାଙ୍ଗୁଲାଙ୍କ ନେତୃତ୍ୱାଧୀନ ସଂସଦୀୟ ପ୍ରତିନିଧିମଣ୍ଡଳ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସଂସଦୀୟ ସମ୍ପର୍କ, ଡିଜିଟାଲ ପ୍ରଯୁକ୍ତି, ଦକ୍ଷତା ବିକାଶ ଏବଂ ବିକାଶମୂଳକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା।

ଭାରତ ଓ କେନିଆ ମଧ୍ୟରେ ରହିଥିବା ଘନିଷ୍ଠ ସଂସଦୀୟ ସମ୍ପର୍କକୁ ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଥିଲେ ଯେ, ଭାରତ ନିଜର ବୈଷୟିକ ଅଭିଜ୍ଞତା ଓ ଡିଜିଟାଲ ପ୍ରଯୁକ୍ତି କ୍ଷେତ୍ରର ସମାଧାନଗୁଡ଼ିକୁ କେନିଆ ସହ ବାଣ୍ଟିବାକୁ ପ୍ରସ୍ତୁତ। ସେ ‘ପେପରଲେସ୍ ସଂସଦ’ ଦିଗରେ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ନେଇ ଭାରତର ଅଭିଜ୍ଞତା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। କେନିଆର ନ୍ୟାସନାଲ ଆସେମ୍ବଲି ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପ୍ରସ୍ତାବକୁ ସେ ସ୍ୱାଗତ କରିଥିଲେ।

ରାଧାକୃଷ୍ଣନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ କେନିଆ ଗସ୍ତ କରିଥିବା ବେଳେ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ ୨୦୨୩ରେ ଭାରତ ଗସ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ବିକାଶମୂଳକ ସହଭାଗିତାର ଉଲ୍ଲେଖ କରି ସେ କହିଥିଲେ ଯେ, ଭାରତର ଅନୁଦାନ ସହାୟତାରେ ନାଇରୋବି ବିଶ୍ୱବିଦ୍ୟାଳୟର ମହାତ୍ମା ଗାନ୍ଧୀ ଗ୍ରାଜୁଏଟ୍ ଲାଇବ୍ରେରୀର ନବୀକରଣ ଏବଂ କେନିଆ ନୌସେନାର ମ୍ତୋଙ୍ଗୱେ ବେସ୍ରେ ସିଟି ସ୍କାନ୍ ସମ୍ପର୍କିତ ଭିତ୍ତିଭୂମି ପ୍ରକଳ୍ପ ସମ୍ପନ୍ନ ହୋଇଛି।

ଇବୋଲା ଭୂତାଣୁ ସଂକ୍ରମଣ ସମୟରେ ଭାରତ କେନିଆକୁ ଯୋଗାଇଥିବା ସହାୟତାର ମଧ୍ୟ ଉପରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ସେହି ସମୟରେ ଭାରତ କେନିଆକୁ ୪.୫ ଟନ୍ ଚିକିତ୍ସା ସାମଗ୍ରୀର ପ୍ରଥମ ପର୍ଯ୍ୟାୟ ପଠାଇଥିଲା।

କେନିଆରେ ଦକ୍ଷତା ବିକାଶ ପାଇଁ ଭାରତ ପ୍ରାୟ ୪୦୦ଟି ବୃତ୍ତି ଏବଂ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୋଗାଇ ଦେଉଥିବା ରାଧାକୃଷ୍ଣନ କହିଥିଲେ। କେନିଆର ୨୦ ଜଣ କୂଟନୀତିଜ୍ଞ ଭାରତରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ଦୀର୍ଘମିଆଦୀ ପାଠ୍ୟକ୍ରମ ପାଇଁ ଆଇସିସିଆର ବୃତ୍ତି ସଂଖ୍ୟା ବାର୍ଷିକ ୮୦ରୁ ୧୦୦କୁ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଥିଲେ।

ନୂଆଦିଲ୍ଲୀରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ ସମୟରେ କେନିଆରେ ଡିଜି-ଲକର ପାଇଲଟ୍ ପ୍ରକଳ୍ପ ପାଇଁ ହୋଇଥିବା ବୁଝାମଣା ଏବଂ କେନିଆରେ ଗତି ଶକ୍ତି ପ୍ରକଳ୍ପ ନେଇ ଦୁଇ ଦେଶର ଟିମ୍ଗୁଡ଼ିକ ମଧ୍ୟରେ ଚାଲିଥିବା ସହଯୋଗର ମଧ୍ୟ ଉଲ୍ଲେଖ କରିଥିଲେ।

ଜାତିସଂଘ ସୁରକ୍ଷା ପରିଷଦରେ ୨୦୨୮-୨୯ ପାଇଁ ଭାରତର ଅସ୍ଥାୟୀ ସଦସ୍ୟତା ପ୍ରାର୍ଥିତାକୁ ସମର୍ଥନ କରିଥିବାରୁ ଉପରାଷ୍ଟ୍ରପତି କେନିଆକୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ମଧ୍ୟ ସେ କେନିଆର ସମର୍ଥନ ଲୋଡ଼ିଥିଲେ।

କେନିଆ ସଂସଦୀୟ ପ୍ରତିନିଧିମଣ୍ଡଳର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସଂସଦୀୟ ଆଲୋଚନା ଓ ବ୍ୟାପକ ସହଭାଗିତାକୁ ଆହୁରି ସୁଦୃଢ଼ କରିବ ବୋଲି ଉପରାଷ୍ଟ୍ରପତି ରାଧାକୃଷ୍ଣନ ଆଶା ପ୍ରକାଶ କରିଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande