ସଂସଦୀୟ ଗଣତନ୍ତ୍ର ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆଲୋଚନାରୁ ଦୂରେଇ ଯାଉଛନ୍ତି : ସଂସଦୀୟ ବ୍ୟାପାର ମନ୍ତ୍ରୀ
ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.)- ସରକାର ଆଜି ଅଭିଯୋଗ କରିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ ସଂସଦରେ ଆଲୋଚନାରୁ ଦୂରେଇ ଯାଉଛନ୍ତି, ଯେତେବେଳେକି ସରକାର ବିରୋଧୀଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ବାରମ୍ବାର ଆହ୍ୱାନ କରୁଛନ୍ତି । ସଂସଦର ମୌସୁମୀ ଅଧିବେଶନ ସମାପ୍ତ
ସଂସଦୀୟ ଗଣତନ୍ତ୍ର ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆଲୋଚନାରୁ ଦୂରେଇ ଯାଉଛନ୍ତି : ସଂସଦୀୟ ବ୍ୟାପାର ମନ୍ତ୍ରୀ


ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.)- ସରକାର ଆଜି ଅଭିଯୋଗ କରିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ ସଂସଦରେ ଆଲୋଚନାରୁ ଦୂରେଇ ଯାଉଛନ୍ତି, ଯେତେବେଳେକି ସରକାର ବିରୋଧୀଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ବାରମ୍ବାର ଆହ୍ୱାନ କରୁଛନ୍ତି ।

ସଂସଦର ମୌସୁମୀ ଅଧିବେଶନ ସମାପ୍ତ ହେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ୧୨ଟି ବିଲ୍ ପାରିତ ହେବା ସହିତ ଫଳାଫଳ ଦୃଷ୍ଟିରୁ ମୌସୁମୀ ଅଧିବେଶନ ଭଲ ହୋଇଛି କିନ୍ତୁ ଆଲୋଚନା ଦୃଷ୍ଟିରୁ ଭଲ ନଥିଲା । ଲୋକସଭା କାର୍ଯ୍ୟବାହିର ସାମଗ୍ରିକ ଉତ୍ପାଦକତା ୧୯ ପ୍ରତିଶତ ଥିଲା, ଯେତେବେଳେକି ରାଜ୍ୟସଭାର ଉତ୍ପାଦକତା ୩୯ ପ୍ରତିଶତ ଥିଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂସଦୀୟ ବ୍ୟାପାର ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଏଲ ମୁରୁଗନ, ସଂସଦୀୟ ବ୍ୟାପାର ସଚିବ ନିକୁଞ୍ଜ ଧର ଏବଂ ଅତିରିକ୍ତ ସଚିବ ସତ୍ୟ ପ୍ରକାଶ ମଧ୍ୟ ଉପସ୍ଥିତ ଥିଲେ ।

ରିଜିଜୁ କହିଥିଲେ ଯେ, ଆଲୋଚନା ଦୃଷ୍ଟିକୋଣରୁ ଆମେ ଖୁସି ନାହୁଁ । ସେ କହିଥିଲେ ଯେ ତାଙ୍କୁ ସଂସଦୀୟ ଜୀବନର ତିରିଶ ବର୍ଷର ଅଭିଜ୍ଞତା ମିଳିଛି, କିନ୍ତୁ ଏଥର ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ପୂର୍ବରୁ କେବେ ଦେଖିବାକୁ କିମ୍ବା ଶୁଣିବାକୁ ମିଳିନାହିଁ । ପ୍ରଥମ ଥର ପାଇଁ ଜଣାପଡ଼ିଲା ଯେ ବିରୋଧୀ ଦଳ ଆଲୋଚନାରୁ ଦୂରେଇ ଯାଉଛନ୍ତି । ସେ କହିଛନ୍ତି ଯେ, ସଂସଦୀୟ ଗଣତନ୍ତ୍ରରେ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିଥାଏ ଏବଂ ଜବାବ ମାଗିଥାଏ, କିନ୍ତୁ ଏଠାରେ ବିରୋଧୀ ଆଲୋଚନାରୁ ଦୂରେଇ ଯାଉଥିଲେ ଏବଂ ସରକାର ଆଲୋଚନା ପାଇଁ ଆହ୍ୱାନ ଦେଉଥିଲେ । ଏପରିକି ପ୍ରଶ୍ନକାଳକୁ ମଧ୍ୟ ଚାଲିବାକୁ ଦିଆଯାଇଥିଲା । ସେମାନେ ମନ୍ତ୍ରୀଙ୍କ ଉତର ଶୁଣିବାକୁ ପ୍ରସ୍ତୁତ ନଥିଲେ ।

ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ଲୋକସଭାରେ ଗୋଟିଏ ବିଲ୍ -ସାର୍ବଜନିକ ପରୀକ୍ଷାରେ ଅନୁଚିତ୍ ମାଧ୍ୟମର ନିଷେଧ ସଂଶୋଧନ ବିଲ୍ କୁ ଛାଡି ଅନ୍ୟ ୧୧ଟି ବିଲ୍ ବିନା ଆଲୋଚନାରେ ପାରିତ ହୋଇଥିଲା, ଯଦିଓ ରାଜ୍ୟସଭାରେ କଂଗ୍ରେସର ଏକ ଗୋଷ୍ଠୀ ବ୍ୟତୀତ ଅଧିକାଂଶ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କଂଗ୍ରେସ ଉପରେ କଟାକ୍ଷ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ଅନେକ କଂଗ୍ରେସ ସାଂସଦ ଏବେ ଭାବିବା ଆରମ୍ଭ କରିଛନ୍ତି ଯେ, ସେମାନଙ୍କ କାମ ଏବେ କେବଳ ପ୍ଲାକାର୍ଡ ଦେଖାଇବା ଏବଂ ନାରାବାଜି କରିବା । ସେ କହିଛନ୍ତି, ନୂଆ କଂଗ୍ରେସ ସାଂସଦମାନଙ୍କ ପାଇଁ ମୁଁ ଦୁଃଖିତ । ମୁଁ ଜଣେ ସମ୍ବେଦନଶୀଳ ବ୍ୟକ୍ତି । ମୁଁ କଂଗ୍ରେସ ସାଂସଦମାନଙ୍କ ଯନ୍ତ୍ରଣା ବୁଝି ପାରୁଛି । ଆଶା କରୁଛି, ସଂସଦର ଶୀତକାଳୀନ ଅଧିବେଶନ ଭଲ ହେବ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ସଂସଦୀୟ ବ୍ୟାପାର ବିଷୟରେ ସକାରାତ୍ମକ ରିପୋର୍ଟିଂ ପାଇଁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande