ସ୍ୱାଧୀନତା ଦିବସରେ ସକାଳ ୪ଟାରୁ ଦିଲ୍ଲୀରେ ମେଟ୍ରୋ ସେବା ଆରମ୍ଭ ହେବ: ଡି. ଏମ୍. ଆର.ସି
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ହି.ସ.) - ସ୍ୱାଧୀନତା ଦିବସ ଉତ୍ସବରେ ଯୋଗ ଦେଉଥିବା ସ୍ୱତନ୍ତ୍ର ଅତିଥି, ଆମନ୍ତ୍ରିତ ବ୍ୟକ୍ତି ଏବଂ ସାଧାରଣ ଜନତାଙ୍କ ଗତିବିଧିକୁ ସହଜ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡି. ଏମ. ଆର. ସି.) ଏହାର ନେଟୱାର୍କର ସମସ୍ତ ଟର୍ମିନାଲ ଷ୍ଟେସନରୁ ଶନିବାର ସକାଳ ୪ଟାରେ ମେଟ୍ରୋ
ସ୍ୱାଧୀନତା ଦିବସରେ ସକାଳ ୪ଟାରୁ ଦିଲ୍ଲୀରେ ମେଟ୍ରୋ ସେବା ଆରମ୍ଭ ହେବ: ଡି. ଏମ୍. ଆର.ସି


ନୂଆଦିଲ୍ଲୀ, ଅଗଷ୍ଟ ୧୩ (ହି.ସ.) - ସ୍ୱାଧୀନତା ଦିବସ ଉତ୍ସବରେ ଯୋଗ ଦେଉଥିବା ସ୍ୱତନ୍ତ୍ର ଅତିଥି, ଆମନ୍ତ୍ରିତ ବ୍ୟକ୍ତି ଏବଂ ସାଧାରଣ ଜନତାଙ୍କ ଗତିବିଧିକୁ ସହଜ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡି. ଏମ. ଆର. ସି.) ଏହାର ନେଟୱାର୍କର ସମସ୍ତ ଟର୍ମିନାଲ ଷ୍ଟେସନରୁ ଶନିବାର ସକାଳ ୪ଟାରେ ମେଟ୍ରୋ ସେବା ଆରମ୍ଭ କରିବ। ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି।

ଅଗଷ୍ଟ ୧୫ ତାରିଖର କାର୍ଯ୍ୟସୂଚୀ ଅନୁଯାୟୀ, ନିୟମିତ ସେବା ପୁନଃ ଆରମ୍ଭ ହେବା ପର୍ଯ୍ୟନ୍ତ ସମସ୍ତ ଲାଇନରେ ମେଟ୍ରୋ ସେବା ୩୦ ମିନିଟ୍ ବ୍ୟବଧାନରେ ଚାଲିବ। ସ୍ୱତନ୍ତ୍ର ଅତିଥି ଏବଂ ଉପଯୁକ୍ତ ଆମନ୍ତ୍ରିତ ବ୍ୟକ୍ତିଙ୍କ ପାଇଁ ବାଧାମୁକ୍ତ ଯାତ୍ରା ସୁନିଶ୍ଚିତ କରିବା ପାଇଁ, ଡି. ଏମ୍. ଆର.ସି. ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୧,୩୦,୦୦୦ ସ୍ୱତନ୍ତ୍ର ପୂର୍ବ-ଜାରି କରାଯାଇଥିବା କ୍ୟୁ. ଆର.ଟିକେଟ୍ ପ୍ରଦାନ କରିଛି।

ଏହାବ୍ୟତୀତ, ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବୈଧ ଫିଜିକାଲ୍ ଆଡମିଟ୍ କାର୍ଡ ଥିବା ଆମନ୍ତ୍ରିତ ବ୍ୟକ୍ତିମାନଙ୍କୁ ସେମାନଙ୍କ ଯାତ୍ରାକୁ ସହଜ କରିବା ପାଇଁ ନିର୍ଦ୍ଧାରିତ ମେଟ୍ରୋ ଷ୍ଟେସନରେ ସ୍ୱତନ୍ତ୍ର ପୂର୍ବରୁ ଜାରି କରାଯାଇଥିବା କ୍ୟୁଆର୍ ଟିକେଟ୍ ଦିଆଯିବ।

ସୂଚନା ଅନୁଯାୟୀ, ଲାଲକିଲ୍ଲା, ଜାମା ମସଜିଦ ଏବଂ ଦିଲ୍ଲୀ ଗେଟ୍ ମେଟ୍ରୋ ଷ୍ଟେସନ ହେଉଛି ସ୍ୱାଧୀନତା ଦିବସ ସମାରୋହ ସ୍ଥାନର ନିକଟତମ ଷ୍ଟେସନ। ଏହି ସ୍ୱତନ୍ତ୍ର କ୍ୟୁ. ଆର.ଟିକେଟ୍ ବ୍ୟବହାର କରି ହୋଇଥିବା ଯାତ୍ରା ଖର୍ଚ୍ଚ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଡି. ଏମ୍. ଆର.ସି. କୁ ପରିଶୋଧ କରାଯିବ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande