ନେତାଜୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ଅନନ୍ତ ମହାରାଜଙ୍କ ବିରୋଧରେ ଏତଲା ରୁଜୁ
କୁଚବିହାର, ୧୪ ଅଗଷ୍ଟ (ହି.ସ.)- ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ନେଇ କଥିତ ବିବାଦୀୟ ମନ୍ତବ୍ୟ ମାମଲାରେ କୁଚବିହାରର ବରିଷ୍ଠ ନେତା ତଥା ବିଜେପିର ରାଜ୍ୟସଭା ସାଂସଦ ନଗେନ ରାୟ ଓରଫ ଅନନ୍ତ ମହାରାଜଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ କୁଚବିହାରର କୋତୱାଲି ଥାନାରେ ତାଙ୍କ ବିରୋଧରେ ବିଭିନ୍ନ ଧାରା ଅଧ
ନେତାଜୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ଅନନ୍ତ ମହାରାଜଙ୍କ ବିରୋଧରେ ଏତଲା ରୁଜୁ


କୁଚବିହାର, ୧୪ ଅଗଷ୍ଟ (ହି.ସ.)- ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ନେଇ କଥିତ ବିବାଦୀୟ ମନ୍ତବ୍ୟ ମାମଲାରେ କୁଚବିହାରର ବରିଷ୍ଠ ନେତା ତଥା ବିଜେପିର ରାଜ୍ୟସଭା ସାଂସଦ ନଗେନ ରାୟ ଓରଫ ଅନନ୍ତ ମହାରାଜଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ କୁଚବିହାରର କୋତୱାଲି ଥାନାରେ ତାଙ୍କ ବିରୋଧରେ ବିଭିନ୍ନ ଧାରା ଅଧୀନରେ ଏତଲା ରୁଜୁ କରାଯାଇଛି। ଏଫଆଇଆର ରୁଜୁ ହେବା ପରେ ରାଜନୈତିକ ଏବଂ ସାମାଜିକ ମହଲରେ ହଲଚଲ ତୀବ୍ର ହୋଇଛି।

ଗତ କିଛି ଦିନ ଧରି ନେତାଜୀଙ୍କୁ ନେଇ କଥିତ ଆପକିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ନଗେନ ରାୟ ନିରନ୍ତର ଚର୍ଚ୍ଚାରେ ଅଛନ୍ତି। ଏହି ମାମଲାରେ ପୁଲିସ ପୂର୍ବରୁ ହିଁ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କର ପାଂଚଜଣ ସମର୍ଥକଙ୍କୁ ଗିରଫ କରିସାରିଛି। ଅଭିଯୋଗ ରହିଛି ଯେ ଗିରଫ ହୋଇଥିବା ଲୋକମାନେ ସୋସିଆଲ ମିଡିଆରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ କରିଥିଲେ।

ନେତାଜୀଙ୍କୁ ନେଇ କଥିତ ଆପତିଜନକ ମନ୍ତବ୍ୟ ମାମଲାରେ ରାଜ୍ୟ ସରକାର ମଧ୍ୟ ନଗେନ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ‘ବଙ୍ଗବିଭୂଷଣ’ ସମ୍ମାନ ଫେରାଇ ନିଆଯାଇଛି। ଏବେ କୋତୱାଲି ଥାନାରେ ଏଫଆଇଆର ରୁଜୁ ହେବା ପରେ ମାମଲା ଆହୁରି ଗମ୍ଭୀର ହୋଇଯାଇଛି।

ପୁଲିସ ସୂତ୍ର ଅନୁସାରେ, ସମଗ୍ର ମାମଲାର ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇଛି। ଉପଲବ୍ଧ ପ୍ରମାଣ ଏବଂ ଆଇନଗତ ପ୍ରକ୍ରିୟା ଆଧାରରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ କରାଯିବ।

ତେବେ, ଏଫଆଇଆର ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନଗେନ ରାୟଙ୍କୁ ଗିରଫ କରାଯାଇନଥିବାକୁ ନେଇ ବିଭିନ୍ନ ବର୍ଗରେ ପ୍ରଶ୍ନ ଉଠୁଛି। ଅନେକ ଲୋକ ମାମଲାରେ ଶୀଘ୍ର ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାକୁ ନେଇ କୁଚବିହାରର ରାଜନୈତିକ ପରିବେଶ ମଧ୍ୟ ଗରମ ହୋଇଯାଇଛି। ବିରୋଧୀ ଦଳଗୁଡ଼ିକ କଥିତ ମନ୍ତବ୍ୟକୁ କଡ଼ା ନିନ୍ଦା କରି ସାଂସଦଙ୍କ ଇସ୍ତଫା ଦାବି କରିଛନ୍ତି। ଏବେ ସମସ୍ତଙ୍କ ନଜର କୋତୱାଲି ଥାନାରେ ରୁଜୁ ହୋଇଥିବା ଏଫଆଇଆର ପରେ ପୁଲିସର ପରବର୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande