ଏନସିବି ପଳାତକ ଡ୍ରଗ୍ କିଙ୍ଗପିନ୍ ବୀରେନ୍ଦ୍ର ବସୋୟାଙ୍କ ପ୍ରତ୍ୟାବର୍ତନ କଲା ସୁନିଶ୍ଚିତ- ଅମିତ ଶାହ
ନୂଆଦିଲ୍ଲୀ, ୧୪ ଅଗଷ୍ଟ (ହି.ସ.)- ମାଦକ ପଦାର୍ଥ ଚୋରାଚାଲାଣ ବିରୋଧରେ କେନ୍ଦ୍ର ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଅଧୀନରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ବଡ଼ ସଫଳତା ମିଳିଛି। ଏନସିବି ବିଦେଶରେ ଲୁଚିଥିବା ଅନ୍ତର୍ଜାତୀୟ ଡ୍ରଗ୍ ତସ୍କର ବୀରେନ୍ଦ୍ର ସିଂହ ବସୋୟା ଓରଫ ବୀରୁଙ୍କୁ ସଂଯୁକ୍
ଏନସିବି ପଳାତକ ଡ୍ରଗ୍ କିଙ୍ଗପିନ୍ ବୀରେନ୍ଦ୍ର ବସୋୟାଙ୍କ ପ୍ରତ୍ୟାବର୍ତନ କଲା ସୁନିଶ୍ଚିତ- ଅମିତ ଶାହ


ନୂଆଦିଲ୍ଲୀ, ୧୪ ଅଗଷ୍ଟ (ହି.ସ.)- ମାଦକ ପଦାର୍ଥ ଚୋରାଚାଲାଣ ବିରୋଧରେ କେନ୍ଦ୍ର ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଅଧୀନରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ବଡ଼ ସଫଳତା ମିଳିଛି। ଏନସିବି ବିଦେଶରେ ଲୁଚିଥିବା ଅନ୍ତର୍ଜାତୀୟ ଡ୍ରଗ୍ ତସ୍କର ବୀରେନ୍ଦ୍ର ସିଂହ ବସୋୟା ଓରଫ ବୀରୁଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି। ବସୋୟାଙ୍କୁ ଶୁକ୍ରବାର ଭୋରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ହାଜତକୁ ନିଆଯାଇଛି।

ଗୃହ ମନ୍ତ୍ରଣାଳୟ କହିଛି ଯେ ଏନସିବିର ଅନୁରୋଧରେ ଇଂଟରପୋଲ ବସୋୟାଙ୍କ ବିରୋଧରେ ରେଡ୍ ନୋଟିସ୍ ଜାରି କରିଥିଲା, ଯାହାର ଆଧାରରେ ତାଙ୍କୁ ଚଳିତ ବର୍ଷ ଜୁନ୍ରେ ୟୁଏଇରେ ଗିରଫ କରାଯାଇଥିଲା। ଭାରତୀୟ ଏଜେନ୍ସିଗୁଡ଼ିକର ନିରନ୍ତର ସମନ୍ୱୟ ଏବଂ ୟୁଏଇ ଅଧିକାରୀଙ୍କ ସହଯୋଗରେ ତାଙ୍କୁ ଭାରତକୁ ଫେରାଇ ଅଣାଯାଇଛି। ବସୋୟା ଦିଲ୍ଲୀର ସରୋଜିନୀ ନଗର ଅଂଚଳର ପିଲାଞ୍ଜିର ବାସିନ୍ଦା।

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ମଂଚ ‘ଏକ୍ସ’ରେ କହିଛନ୍ତି ଯେ ମୋଦୀ ସରକାର ବିଦେଶରେ ଲୁଚିଥିବା ଡ୍ରଗ୍ ତସ୍କରମାନଙ୍କୁ ନିରନ୍ତର ପିଛା କରୁଛନ୍ତି ଏବଂ ସେମାନଙ୍କ ସମଗ୍ର ତନ୍ତ୍ରକୁ ଧ୍ୱଂସ କରୁଛନ୍ତି। ସେ କହିଛନ୍ତି ଯେ ମାଦକ ପଦାର୍ଥ ବିରୋଧରେ ଜିରୋ ଟଲରେନ୍ସ ନୀତିରେ ଏନସିବି ୟୁଏଇରୁ ପଳାତକ ଡ୍ରଗ୍ କିଙ୍ଗପିନ୍ ବୀରେନ୍ଦ୍ର ସିଂହ ବସୋୟାଙ୍କୁ ଫେରାଇ ଆଣି ଏକ ନୂଆ ମାଇଲଖୁଂଟ ହାସଲ କରିଛି। ଉପରୁ ତଳ ଏବଂ ତଳରୁ ଉପର ପର୍ଯ୍ୟନ୍ତ ଅପରାଧୀଙ୍କୁ ଚିହ୍ନଟ କରିବାର ରଣନୀତି ମାଧ୍ୟମରେ ଏଜେନ୍ସିଗୁଡ଼ିକ ପୁଣି ପ୍ରମାଣ କରିଛନ୍ତି ଯେ ଡ୍ରଗ୍ ତସ୍କରମାନେ ବିଶ୍ୱର ଯେକୌଣସି ସ୍ଥାନରେ ଲୁଚିଲେ ମଧ୍ୟ ଭାରତୀୟ ଆଇନର ପହଂଚିବାରୁ ବଂଚି ପାରିବେ ନାହିଁ।

ଉଲ୍ଲେଖନୀୟ ଯେ, ଏହି ମାମଲା ଫେବୃଆରୀ ୨୦୨୪ରେ ପୁନେରେ ୫୦୦ ଗ୍ରାମ ମେଫେଡ୍ରୋନ ଜବତ ହେବା ପରେ ସାମ୍ନାକୁ ଆସିଥିଲା। ତଦନ୍ତକୁ ଆଗକୁ ବଢ଼ାଇ ଏଜେନ୍ସିଗୁଡ଼ିକ ମାଦକ ପଦାର୍ଥର ସମଗ୍ର ନେଟୱର୍କକୁ ଚିହ୍ନଟ କରି ତାହାକୁ ଧ୍ୱଂସ କରିବା ପାଇଁ ବ୍ୟାପକ କାର୍ଯ୍ୟାନୁଷ୍ଠାନ କରିଥିଲେ। ଏହା ପରେ ପୁନେରୁ ପ୍ରାୟ ୮୬୭ କିଲୋଗ୍ରାମ ଏବଂ ଦିଲ୍ଲୀରୁ ପ୍ରାୟ ୯୭୦ କିଲୋଗ୍ରାମ ମେଫେଡ୍ରୋନ ଜବତ କରାଯାଇଥିଲା। ଏହିପରି ମୋଟ ପ୍ରାୟ ୧,୮୩୭ କିଲୋଗ୍ରାମ ମେଫେଡ୍ରୋନ ଜବତ କରାଯାଇଥିଲା। ପରେ ମାମଲାର ପରବର୍ତୀ ତଦନ୍ତ ଏନସିବିର ମୁମ୍ବାଇ ଜୋନାଲ ୟୁନିଟକୁ ହସ୍ତାନ୍ତର କରାଯାଇଥିଲା।

-------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande