ପାକିସ୍ତାନର କରାଚିରେ ଅଗଷ୍ଟ 14 ଉତ୍ସବରେ ମଜିଯାଇଥିବା ଲୋକେ ଚଳାଇଲେ ଗୁଳି, ମହିଳାଙ୍କ ମୃତ୍ୟୁ, ଅତି କମରେ 94 ଜଣ ଆହତ
ଇସଲାମାବାଦ, ଅଗଷ୍ଟ 14 (ହି.ସ) : ପାକିସ୍ତାନରେ ୧୪ ଅଗଷ୍ଟରେ ପାଳନ କରାଯାଉଥିବା ସ୍ୱାଧୀନତା ଦିବସ ସମାରୋହ, ଉତ୍ସବ ଓ ଆତସବାଜି ସମୟରେ ସିନ୍ଧ ପ୍ରଦେଶର ରାଜଧାନୀ କରାଚୀରେ ଲୋକମାନେ ଆକାଶକୁ ବନ୍ଧୁକ ଚଳାଇଥିଲେ। ଏହା ସହିତ ଗୁଳିଚାଳନା ମଧ୍ୟ କରାଯାଇଥିଲା। ବିଭିନ୍ନ
पाकिस्तान में ऐसा पहले भी हो चुका है। फोटो - इंटरनेट मीडिया


पाकिस्तान में ऐसा पहले भी हो चुका है। फोटो - इंटरनेट मीडिया


ଇସଲାମାବାଦ, ଅଗଷ୍ଟ 14 (ହି.ସ) :

ପାକିସ୍ତାନରେ ୧୪ ଅଗଷ୍ଟରେ ପାଳନ କରାଯାଉଥିବା ସ୍ୱାଧୀନତା ଦିବସ

ସମାରୋହ, ଉତ୍ସବ ଓ ଆତସବାଜି

ସମୟରେ ସିନ୍ଧ ପ୍ରଦେଶର ରାଜଧାନୀ କରାଚୀରେ ଲୋକମାନେ ଆକାଶକୁ ବନ୍ଧୁକ ଚଳାଇଥିଲେ। ଏହା ସହିତ

ଗୁଳିଚାଳନା ମଧ୍ୟ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଘଟିଥିବା ଏପରି ଘଟଣାରେ ଜଣେ ମହିଳାଙ୍କ

ମୃତ୍ୟୁ ହୋଇଥିବାବେଳେ, ଅତି କମରେ ୯୪ ଜଣ ଆହତ ହୋଇଛନ୍ତି। ଏଧି ଫାଉଣ୍ଡେସନର ଜଣେ ପ୍ରବକ୍ତା

ଏହା ନିଶ୍ଚିତ କରିଛନ୍ତି। ସେ ଶୁକ୍ରବାର ସକାଳେ କହିଛନ୍ତି ଯେ, ଆହତମାନଙ୍କ ମଧ୍ୟରେ

୧୦ ଜଣ ମହିଳା ଓ ୧୭ ଜଣ ଶିଶୁ ମଧ୍ୟ ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଜିନ୍ନା

ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟର, ସିଭିଲ୍ ହସ୍ପିଟାଲ୍ ଏବଂ ଅବ୍ବାସୀ ଶହୀଦ ହସ୍ପିଟାଲ୍କୁ

ନିଆଯାଇଥିଲା।

‘ଦ ନ୍ୟୁଜ୍’, ‘ଦୁନିଆ ନ୍ୟୁଜ୍’ ଏବଂ ‘ଜିଓ ନ୍ୟୁଜ୍’ର ରିପୋର୍ଟ

ଅନୁଯାୟୀ, ଆଜି ସକାଳେ

ହସ୍ପିଟାଲଗୁଡ଼ିକ ପକ୍ଷରୁ ରାତିସାରା ଆଣାଯାଇଥିବା ଆହତମାନଙ୍କ ବିବରଣୀ ଦିଆଯାଇଛି। ଅବ୍ବାସୀ

ଶହୀଦ ହସ୍ପିଟାଲ୍କୁ ୨୪ ଜଣ ରୋଗୀ ଆସିଥିଲେ। ସେମାନଙ୍କ ମଧ୍ୟରେ ଜଣେ ମହିଳା, ୪ ଜଣ ଶିଶୁ ଏବଂ ୧୯

ଜଣ ପୁରୁଷ ଥିଲେ। ଜିନ୍ନା ହସ୍ପିଟାଲ୍କୁ ୩୫ ଜଣଙ୍କୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ୩ ଜଣ

ଶିଶୁ, ୪ ଜଣ ମହିଳା ଏବଂ

୨୮ ଜଣ ପୁରୁଷ ଥିଲେ। ସିଭିଲ୍ ହସ୍ପିଟାଲର ଟ୍ରମା ସେଣ୍ଟରରେ ୨୬ ଜଣ ରୋଗୀଙ୍କ ଚିକିତ୍ସା

କରାଯାଇଥିଲା। ସେମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ, ୪ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଥିଲେ।

ଅଧିକାରୀମାନଙ୍କ ଅନୁଯାୟୀ, ଲିଆରୀ, ସଦର, କୋରଙ୍ଗୀ, ମାଲିର, ଅଜିଜାବାଦ, ନର୍ଥ ନାଜିମାବାଦ, ନାଜିମାବାଦ, ଗୁଲବାହାର, ଗୁଲଶନ୍-ଏ-ଇକବାଲ, ଓରଙ୍ଗୀ ଟାଉନ୍, ଜମଶେଦ କ୍ୱାର୍ଟର୍ସ ଏବଂ ଡିଫେନ୍ସ କଲୋନୀରେ ଦେଶର

ସ୍ୱାଧୀନତା ଦିବସ (୧୪ ଅଗଷ୍ଟ) ସମାରୋହ ସମୟରେ ଲୋକମାନେ ଆକାଶକୁ ଗୁଳି ଚଳାଇଥିଲେ।

ପୋଲିସ କହିଛି ଯେ, କରାଚୀର ପୂର୍ବ, ପଶ୍ଚିମ ଏବଂ କେନ୍ଦ୍ରୀୟ ଜିଲ୍ଲାରୁ ଏହି ଘଟଣା

ସମ୍ପର୍କରେ ୩୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଖ୍ୱାଜା ଅଜମେର ନଗରୀ, ସମନାବାଦ, ରିଜଭିଆ ସୋସାଇଟି

ଏବଂ ସର ସୟଦ ପୋଲିସ ଥାନା ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅନେକ ଲୋକଙ୍କ

ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande