
ନୂଆଦିଲ୍ଲୀ, ୧୪ ଅଗଷ୍ଟ (ହି.ସ.)- ବୀର ସାବରକରଙ୍କ ଉପରେ ମନ୍ତବ୍ୟ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଲକ୍ଷ୍ନୌର ଏକ ଟ୍ରାଏଲ କୋର୍ଟରେ ବିଚାରାଧୀନ ଅପରାଧିକ ମାନହାନି ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ୍ ଦୀପଙ୍କର ଦତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଲକ୍ଷ୍ନୌ କୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାରି କରିଥିବା ସମନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଉତର ପ୍ରଦେଶ ସରକାରଙ୍କ ସତ୍ୟପାଠରେ କୌଣସି ଉଲ୍ଲେଖ ନାହିଁ ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ମିଳିଛି । ଏଭଳି ସ୍ଥିତିରେ ଟ୍ରାଏଲ କୋର୍ଟଙ୍କ ଆଦେଶକୁ ଖାରଜ କରିଦିଆଯାଇଥାଏ ।
ଏହା ପୂର୍ବରୁ ୨୫ ଏପ୍ରିଲ ୨୦୨୫ ରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ସାବରକରଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଭର୍ତ୍ସନା କରିଥିଲେ । କୋର୍ଟ କହିଥିଲେ ଯେ, ଆମେ କାହାକୁ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଖରାପ କଥା କହିବାକୁ ଅନୁମତି ଦେଇପାରିବୁ ନାହିଁ । ସେମାନେ ଆମକୁ ସ୍ୱାଧୀନତା ଦେଇଛନ୍ତି ଏବଂ ଆମେ ସେମାନଙ୍କ ସହିତ କିପରି ବ୍ୟବହାର କରୁଛୁ । କୋର୍ଟ ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସେ ଏଭଳି ମନ୍ତବ୍ୟ ଜାରି ରଖନ୍ତି ତେବେ ସ୍ୱତଃପ୍ରବୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ, ୨୫ ଏପ୍ରିଲ ୨୦୨୫ ରେ, ସୁପ୍ରିମକୋର୍ଟ ଲକ୍ଷ୍ନୌର ଏକ ଟ୍ରାଏଲ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାନହାନି ମାମଲାକୁ ସ୍ଥଗିତ ରଖିଥିଲେ । କୋର୍ଟ ଏକ ଚେତାବନୀ ଜାରି କରିଥିଲେ ଏବଂ ଟ୍ରାଏଲ କୋର୍ଟ ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ଜାରି କରାଯାଇଥିବା ସମନକୁ ସ୍ଥଗିତ ରଖିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ