
ଜୟପୁର, ୨୨ ଅଗଷ୍ଟ (ହି.ସ.) - ଫେରାର ୬ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଝିଲିମିଲିଗୁଡା ଗ୍ରାମର ରାମ ଚନ୍ଦ୍ର ଗାଦବା (୨୭), ଶିବ ଗାଦବ (୨୩),ଭୀମ ଗଦବା (୨୩), ରତନ ଗଦବା (୨୭) ଖଗପତି ଗଦବା (୧୯) ଓ ବାରିଣିପୁଟର ସମର ଖେମୁଣ୍ଡୁ (୩୫) । ପୋଲିସ ସୂଚନା ଅନୁଯାଇ ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଜୟପୁର ସଦର ଥାନା ରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ଆଜି ଗରିଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି