୨୫ତମ ଟାଏକୋଣ୍ଡୋ କଲର ବେଲ୍ଟ ଓ ୬ତମ ବ୍ଲାକ ବେଲ୍ଟ ପରୀକ୍ଷା ଅନୁଷ୍ଠିତ
25th Taekwondo Test in Phulbani Town
ଫୋଟ


କନ୍ଧମାଳ, ୨୨ ଅଗଷ୍ଟ(ହି.ସ.) – ଚଳିତ ଅଗଷ୍ଟ ମାସ ୨୨ ତାରିଖରେ କରୋନେସନ ପଡ଼ିଆ ସ୍ଥିତ ଆଥଲେଟିକ ଇଣ୍ଡୋର ହଲ ଠାରେ ୨୫ତମ ଟାଏକୋଣ୍ଡୋ କଲର ବେଲ୍ଟ ଓ ୬ଷ୍ଠ ବ୍ଲାକ ବେଲ୍ଟ ପରୀକ୍ଷା କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ଓ ଫୁଲବାଣୀ ମାର୍ଟଲ ଆର୍ଟ୍ସ ଏକାଡେମୀ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ୩୩ଜଣ ଖେଳାଳି ଧଳା ବେଲ୍ଟରୁ ନାଲି ବେଲ୍ଟ କଲର ବେଲ୍ଟ ଓ ୫ଜଣ ବ୍ଲାକ ବେଲ୍ଟ ପରୀକ୍ଷା ଦେଇଥିଲେ। ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ତଥା ଅନ୍ତରର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟରଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ପରୀକ୍ଷା ପରିଚାଳନା ସହ ତଦାରଖ କରିଥିଲେ। ଏକେଡେମୀ ସିନିୟର କୋଚ ଶ୍ରୀ ରମାକାନ୍ତ ବେହେରା ଓ ଶ୍ରୀ ମଦନ ଦଳବେହେରା ଓ ପ୍ରିତମ ଚନ୍ଦ୍ର ପ୍ରଧାନ ପରୀକ୍ଷାରେ ସଫଳତା ପାଇଁ ସହଯୋଗ କରିଥିଲେ। ଜିଲ୍ଲା ସଙ୍ଘର ସମ୍ପାଦକ ଶ୍ରୀ ପ୍ରଭାତ କୁମାର ସାହୁ ସମସ୍ତ ଖେଳାଳିମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande