ଆଇଆଇଟି ଭୁବନେଶ୍ୱରକୁ ରାଜଭାଷା ଉତ୍କର୍ଷ ପୁରସ୍କାର-୨୦୨୬
ଭୁବନେଶ୍ୱର , 22 ଅଗଷ୍ଟ (ହି.ସ.)- ୨୦୨୫-୨୬ ଆର୍ଥିକ ବର୍ଷରେ ସରକାରୀ ଭାଷା କାର୍ୟ୍ୟାନ୍ୱୟନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି ) ଭୁବନେଶ୍ୱରକୁ ରାଜଭାଷା ଉତ୍କର୍ଷ ପୁରସ୍କାର-୨୦୨୬ ଅନ୍ତର୍ଗତ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ୨୧ ଅଗଷ୍ଟ ୨୦୨୬ରେ ନଗର
ଆଇଆଇଟି ଭୁବନେଶ୍ୱରକୁ ରାଜଭାଷା ଉତ୍କର୍ଷ ପୁରସ୍କାର-୨୦୨୬


ଭୁବନେଶ୍ୱର , 22 ଅଗଷ୍ଟ (ହି.ସ.)- ୨୦୨୫-୨୬ ଆର୍ଥିକ ବର୍ଷରେ ସରକାରୀ ଭାଷା କାର୍ୟ୍ୟାନ୍ୱୟନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି ) ଭୁବନେଶ୍ୱରକୁ ରାଜଭାଷା ଉତ୍କର୍ଷ ପୁରସ୍କାର-୨୦୨୬ ଅନ୍ତର୍ଗତ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ୨୧ ଅଗଷ୍ଟ ୨୦୨୬ରେ ନଗର ରାଜଭାଷା କାର୍ୟ୍ୟଭୟନ ସମିତି (ନରାକାସ) (କାର୍ୟ୍ୟାଳୟ-୨), ନରାକାସ (ଉଦ୍ୟୋଗ), ଏବଂ ନରାକାସ (ବ୍ୟାଙ୍କ), ଭୁବନେଶ୍ୱର ଦ୍ୱାରା ମିଳିତ ଭାବରେ ଆୟୋଜିତ ପ୍ରଥମ ଆନ୍ତର୍ଜାତୀୟ ରାଜଭାଷା ବାର୍ଷିକ ସମ୍ମିଳନୀ, ଓଡ଼ିଶା-୨୦୨୬ ଅବସରରେ ଓଡ଼ିଶାର ରାଜ୍ୟପାଳ ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଷ୍ଠାନ ପକ୍ଷରୁ, ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ୟ୍ୟ ଏବଂ ପଦାର୍ଥ ବିଜ୍ଞାନର ସହକାରୀ ପ୍ରଫେସର ଡକ୍ଟର ଇନ୍ଦ୍ରେଶ ଯାଦବ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ମର୍ୟ୍ୟାଦାଜନକ କୃତିତ୍ୱ ହିନ୍ଦୀକୁ ସରକାରୀ ଭାଷା ଭାବରେ ପ୍ରଭାବଶାଳୀ ବ୍ୟବହାର, ପ୍ରୋତ୍ସାହନ ଏବଂ କାର୍ୟ୍ୟାନ୍ୱୟନ ପାଇଁ ପ୍ରତିଷ୍ଠାନର ନିରନ୍ତର ପ୍ରୟାସ ଏବଂ ସାମୂହିକ ପ୍ରତିବଦ୍ଧତାର ପ୍ରମାଣ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande