

ଭୁବନ, ୨୨ ଅଗଷ୍ଟ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତର କୀର୍ତନପୁର ଗ୍ରାମରେ ଶୁକ୍ରବାର ବିଲରେ ବାଉଁଶ ଦ୍ୱାରା ବାଡ ଦେଉଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତମାନୁ ମଲିକ ଓରଫ ଅଗାଧୁ (୩୩)ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅମିନ ମଲିକ ଗୁରୁତର ଆହତ ହୋଇଥିଲେ ।
ଅଗାଧୁ ଙ୍କ ପିତା କୀର୍ତନ ମଲିକ ଜଣେ ଶ୍ୱାସ ରୋଗୀ ଓ ତାଙ୍କର ଏକ ଛୋଟ ଶିଶୁ ପୁତ୍ର ଅଛି । ବିଜୁ ଜନତା ଦଳ, ଭୁବନ ତରଫରୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଓ ବିଜେଡି କର୍ମକର୍ତା ମାନେ କୀର୍ତନପୁର ଗ୍ରାମକୁ ଯାଇ ଉଭୟ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ପରିବାର ସହିତ ଠିଆ ହୋଇଥିଲେ । ଗୁରୁତର ଆହତ ଅମିନଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏଭଳି ଦୁଃଖଦ ସମୟରେ ବିଜେଡି ନେତା ମାନେ ମୃତକ ଙ୍କ ପରିବାର ବର୍ଗ ଭେଟି ସମବେଦନା ଜଣାଇବା ସହିତ ସହଯୋଗ କରିଥିବାରୁ ଜନ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି । ଟି ପି ସି ଓ ଡି ଏଲ ର ଖାମ ଖିଆଲି ଓ ବେପରୁଆ ନୀତି ସାଙ୍ଗକୁ ଅବହେଳା ପାଇଁ ବିଭିନ୍ନ ସ୍ଥାନରେ ( ଚାଷ ଜମି ଓ ଜନ ବସତି ଉପରେ) ବହୁତ ତଳେ ୧୧ କେ ଭି ତାର ଝୁଲି ରହିଛି ଓ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ବିଦ୍ୟୁତ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ôଥକ କ୍ଷତିପୂରଣ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ