ଓଡ଼ିଆ ସଂଗୀତ ଆକାଶର ତରକା ଥିଲେ ପ୍ରଣବ ପଟ୍ଟନାୟକ
ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଓଡ଼ିଆ ସଂଗୀତ ଆକାଶର ତାରକା, ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ବିଶ୍ୱ ଓଡ଼ିଆ ପରିବାର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶନିବାର ଭୁବନେଶ୍ୱର ସ୍ଥିତ ବିଶ୍ୱ ଓଡ଼ିଆ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୋକ ସଭାରେ ବକ୍ତାମାନେ ସ୍ୱର୍ଗତ ପଟ୍ଟନାୟକ ଗୁ
ଓଡ଼ିଆ ସଂଗୀତ ଆକାଶର ତରକା ଥିଲେ ପ୍ରଣବ ପଟ୍ଟନାୟକ


ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଓଡ଼ିଆ ସଂଗୀତ ଆକାଶର ତାରକା, ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ବିଶ୍ୱ ଓଡ଼ିଆ ପରିବାର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶନିବାର ଭୁବନେଶ୍ୱର ସ୍ଥିତ ବିଶ୍ୱ ଓଡ଼ିଆ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୋକ ସଭାରେ ବକ୍ତାମାନେ ସ୍ୱର୍ଗତ ପଟ୍ଟନାୟକ ଗୁଣାବଳି ବର୍ଣନା କରିଥିଲେ।

ନିଜର ଅମୃତମୟ କଣ୍ଠସ୍ୱର ଓ କାଳଜୟୀ ସଂଗୀତ ସୃଷ୍ଟି ମାଧ୍ୟମରେ ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଚିରସ୍ମରଣୀୟ ହୋଇରହିବେ। ତାଙ୍କର ପରଲୋକ ଓଡ଼ିଆ ସଂଗୀତ ଜଗତରେ ଏକ ଶୂନ୍ୟତା ସୃଷ୍ଟି କରିଛି।

ପ୍ରଭୁ ଶ୍ରୀ ଜଗନ୍ନାଥ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା।ଏହି ଶୋକସଭାରେ ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମା, ମନୋରଞ୍ଜନ ଷଡ଼ଙ୍ଗୀ, ଭବାନୀ ପ୍ରସାଦ ମିଶ୍ର, ସୁଜିତ କୁମାର ଦାସ, ଡାକ୍ତର ପ୍ରତାପ ପାଣି, ଡକ୍ଟର ହାଡିବନ୍ଧୁ ପାଣିଗ୍ରାହୀ, ଡକ୍ଟର ପ୍ରୀତିପ୍ରତିଭା ଭୋଳ, ସୁବ୍ରତ କିଶୋର ନାୟକ ଓ ସୁରେଶ କୁମାର ସାହୁ ଆଦି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande