
କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ(ହି.ସ.) – ନିଖିଳ ଓଡ଼ିଶା କୈବର୍ତ ମହାସଭା କେନ୍ଦ୍ରାପଡ଼ା ତରଫରୁ ଏକ ଶୋକ ସଭା ଦିବଂଗତ ବ୍ରହ୍ମାନନ୍ଦ ବେହେରା, ସମ୍ପାଦକ ଲକ୍ଷ୍ମୀମନ୍ଦିର କମିଟିଙ୍କ ମହାପ୍ରୟାଣରେ କୈବର୍ତ ଭବନ କେନ୍ଦ୍ରାପଡ଼ା ଠାରେ ଆଜି ଅପରାହ୍ନ ୫ ଘଟିକା ସମୟରେ କେନ୍ଦ୍ରାପଡ଼ା କୈବର୍ତ ମହାସଭାର କାର୍ୟ୍ୟକାରୀ ସଭାପତି ରାଜକିଶୋର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ଡ଼ଃ ଦେବେନ୍ଦ୍ର ବେହେରା, ଉପ ସଭାପତି ଇଂ. ବିଷ୍ଣୁଚରଣ ବେହେରା, ସମାଜସେବୀ ଗଣେଶ ମେକାପ, କେନ୍ଦ୍ରାପଡ଼ା ଶାଖା ସଭାପତି ରଂଜନ କୁମାର ବେହେରା, ସମ୍ପାଦକ ନାରାୟଣ ବେହେରା, ଉପ ସଭାପତି ଆଡ଼ଭୋକେଟ ମହେନ୍ଦ୍ର ବେହେରା କୋଷାଧ୍ୟକ୍ଷ କ୍ଷୀରୋଦ ବେହେରା, ବାଇଆ ବେହେରା, ସ୍ମୃତିରଞ୍ଜନ ମହାପାତ୍ର, ନିରଞ୍ଜନ ପରିଡ଼ା ପ୍ରଭୃତି ଦିବଂଗତ ବ୍ରହ୍ମାନନ୍ଦଙ୍କ ସ୍ମୃତିଚାରଣ କରି ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ଏହି ସଭାରେ କେନ୍ଦ୍ରାପଡ଼ା କୈବର୍ତ ସମାଜର ବହୁ ସଭ୍ୟ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି