ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ପ୍ରିନ୍ସପାଲ ପ୍ରଭାକର ବେହେରା ଦୋଷୀ ସାବ୍ୟସ୍ତ
ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ.)। ଦୁର୍ନୀତି ବିରୋଧୀ ଅଭିଯାନରେ ଓଡ଼ିଶା ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଛି। ଭୁବନେଶ୍ୱରସ୍ଥିତ ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ପ୍ରିନ୍ସପାଲ ପ୍ରଭାକର ବେହେରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶନିବାର ଭୁବନେଶ୍
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ପ୍ରିନ୍ସପାଲ ପ୍ରଭାକର ବେହେରା ଦୋଷୀ ସାବ୍ୟସ୍ତ


ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ.)। ଦୁର୍ନୀତି ବିରୋଧୀ ଅଭିଯାନରେ ଓଡ଼ିଶା ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଛି। ଭୁବନେଶ୍ୱରସ୍ଥିତ ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ପ୍ରିନ୍ସପାଲ ପ୍ରଭାକର ବେହେରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଶନିବାର ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ମାନ୍ୟବର ସ୍ୱତନ୍ତ୍ର ବିଚାରପତି ମାମଲାର ଶୁଣାଣି କରି ପ୍ରଭାକର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷର ସାଧାରଣ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଭାକର ବେହେରା ଏବେ ଅବସରପ୍ରାପ୍ତ। ଜ୍ଞାତ ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ଧାରା ୧୩(୧)(ଇ) ଅନୁଯାୟୀ ମାମଲା ରୁଜୁ କରିଥିଲା ଏବଂ ଚାର୍ଜସିଟ୍ ଦାଖଲ କରିଥିଲା।

ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରଭାକର ବେହେରାଙ୍କ ପେନସନ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande