
କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତି ପ୍ରାୟ ୪ଟାରେ ଏକ୍ସରେ ରୁମ୍ ରେ କାର୍ଯ୍ୟରତ ଜୁନିୟର ରେଡିଓଗ୍ରାଫର ସତ୍ୟବ୍ରତ ରାଉତଙ୍କୁ ଡାକ୍ତର ରଙ୍କନିଧି ବେହେରା ଦୁର୍ବ୍ୟବହାର କରିଥିବା ସହ ଏକ୍ସ ରୁମରେ ବ୍ୟବହୃତ ହେଉଥିବା କ୍ୟାସେଟ୍ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ରୁମ୍ ତାଲା ପଡ଼ିଥିବା ସହ କର୍ମଚାରୀ ଡ୍ୟୁଟି ବନ୍ଦ କରିଦେଇଥିବା ବେଳେ ବିଭିନ୍ନ ଯାଗାରୁ ଆସୁଥିବା ରୋଗୀ ଏକ୍ସରେ ନକରି ଫେରୁଥିବା ଜଣାପଡିଛି। କେଉଁ ପରିସ୍ଥିତିରେ ଓ କାହିଁକି ଡ଼ାକ୍ତର ଶ୍ରୀ ବେହେରା ଜଣେ କର୍ମଚାରୀଙ୍କ ପ୍ରତି ଏଭଳି ଅଭାବନୀୟ ଘଟଣା ଘଟାଇଲେ, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି।
ହିନ୍ଦୁସ୍ଥାନ ସମାଚାର / ରବି