
ଗଞ୍ଜାମ, ୨୨ ଅଗଷ୍ଟ (ହି.ସ.)- ଗଞ୍ଜାମ ଜିଲାରେ ଅଗଷ୍ଟ ୧୬ରୁ ନଭେମ୍ବର ୧୩ ତାରିଖ ଯାଏ ୯୦ ଦିନ ପାଇଁ ପୋଲିସ ଧାରା ୧୯୬୨/ ୩୦ ନିୟମ ଜିଲାପାଳଙ୍କ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ ସଭାସମିତି ଶୋଭାଯାତ୍ରାର ୭୨ ଘଣ୍ଟା ପୂର୍ବରୁ ବିଧିମତେ ଅନୁମତି ନିକଟସ୍ଥ ଥାନାରୁ ନେବାକୁ ସୂଚନା ଦିଆଯାଇଛି। ଅନ୍ଯଥା ଆୟୋଜକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ତାଗିଦ୍ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ