
କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ଝୁଲଣ ଯାତ୍ରା ମହା ଆଡ଼ମ୍ବରରେ ପାଳନ ହୋଇଛି। ମନ୍ଦିରରୁ ବିଜେ ରାଧା କୃଷ୍ଣ ପୂଜା ପଣ୍ଡାଙ୍କ ଦ୍ୱାରା ଅଳଙ୍କାର ଆଭୂଷଣରେ ସଜ୍ଜିତ ହୋଇ ଝୁଲଣ ଗୃହକୁ ବିଜେ କରିଥିଲେ। ବିଜେ ପରେ ନାମ ସଙ୍କୀର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସନ୍ଧ୍ୟାରେ ଭକ୍ତଙ୍କ ବେଶ୍ ଭିଡ଼ ଜମିଥିଲା। ସାତଦିନ ବ୍ୟାପୀ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ ପ୍ରତ୍ୟେହ ଦିନ ଭଜନ ଜଣାଣ ଚମ୍ପୁ ଗୀତ ଗୋବିନ୍ଦ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ସେବାୟତ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି