
କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ (ହି.ସ.)- ଭିନ୍ନକ୍ଷମତା କ୍ଷେତ୍ରରେ ଥେରାପି ଚିକିତ୍ସା ସେବା ଓ ସଚେତନତା ପ୍ରଦାନ କରି ଆସୁଥିବା କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ 'ମନନ' ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗ ଶିଶୁ ଓ ବ୍ୟକ୍ତି ଵିଶେଷଙ୍କ ପ୍ରଯତ୍ନ, ଶିକ୍ଷା ଓ ଥେରାପିଗତ ହସ୍ତକ୍ଷେପ ପ୍ରଭୃତିରେ ରହିଥିବା ବିବିଧତା ଏବଂ ଅଵଧାରଣା ସମ୍ପର୍କିତ ଜ୍ଞାନକୁ ପରିପ୍ରସାର କରାଇବା ଏହି ମାସିକ ' ମନନ ' କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ମୁଖ୍ୟଉପଦେଷ୍ଟା ବିରଜା ରାଉତରାୟ ପ୍ରକାଶ କରିଛନ୍ତି। ଆଗକୁ ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ସ୍ୱତନ୍ତ୍ର ବିଦ୍ୟାଳୟ, ଦିବ୍ୟାଙ୍ଗ ଶିଶୁମାନଙ୍କ ଅଭିଭାବକ ଓ କର୍ମଚାରୀମାନଙ୍କୁ ପର୍ଯ୍ୟ।ୟ କ୍ରମେ ନିମନ୍ତ୍ରିତ କରାଯିବ ବୋଲି ମଧ୍ୟ ସୂଚାଇଛନ୍ତି। ପୁନର୍ବାସ ପରିସରରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବରିଷ୍ଠ ଅକ୍ୟୁପେଶନାଲ ଥେରାପିଷ୍ଟ ଗିରିଜା ଶଙ୍କର ଖୁଣ୍ଟିଆ ଡିସପ୍ରାକ୍ସିଆ: ଏହାର ଜଟିଳ ସ୍ୱରୂପ ଓ ପରିଚାଳନା” ବିଷୟ ଉପସ୍ଥାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଥେରାପିଷ୍ଟ କିର୍ତ୍ତୀ ଦାଶ, ତପସ୍ୱିନୀ ରଥ, ଆବୃତ୍ତି ବେହେରା, ଏସ୍. କେ. ମୁବାସିର୍, କମଳକାନ୍ତ ବିଶ୍ୱାଳ, ସାଇଶ୍ରୀତା ମେକାପ, ନିତୁରାଣୀ ବାରିକଙ୍କ ସହିୟା ପ୍ରମୁଖ ସି.ବି.ଆର କର୍ମୀ ଅଭିଷେକ ଜେନା, ପ୍ରଭାତ ସାମଲ, ରଞ୍ଜନ ସ୍ୱାଇଁ, ଏବଂ ଷ୍ଟାଫ୍ କେଦାରନାଥ ବାରିକ, ପର୍ଶୁରାମ ତ୍ରିପାଠୀ, ଗାୟତ୍ରୀ ପୃଷ୍ଟି, ପ୍ରମୁଖ ଉପସ୍ଥିତ ଥିଲେ। ପୁନର୍ବାସର କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ବଂଶୀଧର ମହାନ୍ତି ଓ ଶିବଚରଣ ସାମଲଙ୍କ ତତ୍ୱାବଧାନରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମକୁ ଧରଣୀଧର ସେଠୀ, ମିହିର ରଞ୍ଜନ ବାରିକ ଓ ଦୀପକ ସାହୁ ପ୍ରମୁଖ ସହାୟତା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି