ସୀମାନ୍ତରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ
ଗଞ୍ଜାମ, ୨୨ ଅଗଷ୍ଟ (ହି.ସ.)- ଆଜି ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଜରଡ଼ା ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ଉ କରିଛି। ଚଢ଼ଉରେ ରାମଚନ୍ଦ୍ରପୁର ଓ ଗଙ୍ଗାପୁର ଗାଁରେ ସାତ ହଜାର ଛଅଶହ ଲିଟର ପୋଚ ଓ ଚାରିଶହ ଲିଟର ବେଆଇନ ଦେଶୀ ମଦ ନଷ୍ଟ କରାଯାଇଛି। ଗୁରୁଡ଼ା ଗାଁରେ ଦୁଇ ହଜାର ଏକଶହ ଲିଟର ପଚା ପୋଚ ଓ
ସୀମାନ୍ତରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ


ଗଞ୍ଜାମ, ୨୨ ଅଗଷ୍ଟ (ହି.ସ.)- ଆଜି ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଜରଡ଼ା ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ଉ କରିଛି। ଚଢ଼ଉରେ

ରାମଚନ୍ଦ୍ରପୁର ଓ ଗଙ୍ଗାପୁର ଗାଁରେ ସାତ ହଜାର ଛଅଶହ ଲିଟର ପୋଚ ଓ ଚାରିଶହ ଲିଟର ବେଆଇନ ଦେଶୀ ମଦ ନଷ୍ଟ କରାଯାଇଛି।

ଗୁରୁଡ଼ା ଗାଁରେ ଦୁଇ ହଜାର ଏକଶହ ଲିଟର ପଚା ପୋଚ ଓ ଚାରିଶହ ଲିଟର ଦେଶୀ ମଦ ନଷ୍ଟ କରାଯାଇଛି। ମଦ ଭାଟି ନିକଟରୁ ଶହେ ମିଟର ଦୂରରେ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି। ଜରଡ଼ା ଥାନାରେ ମାମଲା ନମ୍ବର ଦୁଇଶହ ଚଉଷଠି ରୁଜୁ ହୋଇଛି । ଗଙ୍ଗା ମାଲାବିସୋଇ(୫୬) ବୁରାତାଳ ଗାଁ, ବର୍ତ୍ତମାନ କୁମ୍ଭାରଡିହଗୁରୁଡ଼ାରେ ରୁହନ୍ତି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande