
କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଂଧୁଳି ଗ୍ରାମର ଯୁବସମାଜସେବୀ ତଥା ପରିବେଷଣବିତ ସଂଜୀବ କୁମାର ମହାନ୍ତି ସେଂଚୁରୀୟାନ ୟୁନିଭରସିଟିରୁ ପ୍ରାଣୀବିଜ୍ଞାନ କ୍ଷେତ୍ରରେ ପ୍ରଥମ ସ୍ଥାନରେ ପିଏଚ୍ଡି ଲାଭ କରିଛନ୍ତି! ସଂଜୀବଙ୍କ କୃତିତ୍ୱପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟରେ ଖୁସିର ଲହର ଖେଳିଯାଇଛି! ସଂଜୀବ ଅଂଧୁଳି ଗ୍ରାମର ଅଗ୍ନିଶମ କର୍ମଚାରୀ ଅଞ୍ଜନ ମହାନ୍ତି ଓ ମା ଗୀତାଞ୍ଜଳି ମହାନ୍ତି ଜ୍ୟେଷ୍ଠପୁତ୍ର ଅଟନ୍ତି! ସଂଜୀବ ପିଲାଟି ଦିନରୁ ନିଜ ଗାଁରେ ପରିବେଶ ସୁରକ୍ଷା ପାଇଁ ଏକ ହଜାରରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରି ବେଶ ପ୍ରଶଂସିତ ଥିଲେ! ସଂଜୀବଙ୍କୁ ନିୟୁଦିଲ୍ଲୀ ଆଇଏନ୍ଏସି ୨୦୨୨ବେଷ୍ଟ ସାଇଂଟିଷ୍ଟ ଆୱାର୍ଡ ଓ ବେଷ୍ଟଓରାଲ ପ୍ରେଜେଂଟେସନ ଆୱାର୍ଡ ୨୦୨୬ରେ ଓଡ଼ିଶା ଗୌରବ ଆୱାର୍ଡ଼ ଭଳି ଅନେକ କ୍ଷେତ୍ରରେ ସଫଳ ହାସଲ କରିଛନ୍ତି ଅଧ୍ୟାପକ ସଂଜୀବ ମହାନ୍ତି! ସଂଜୀବଙ୍କ ସଫଳତାକୁ ନେଇ ସୁନାମଧନ୍ୟ ଫ୍ରଫେସର ୟସଶ୍ରୀ ନାୟକ ଡ଼ ଅନିଲ କୁମାର ମନ୍ଥା ଶୁଭେଚ୍ଛା ଜଣାଇବା ସହ ଆୱାର୍ଡ଼ ପ୍ରଦାନ କରିଛନ୍ତି! ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ଗୋପ ମହିଳା ସଚେତନତା ଅଭିଯାନର ସଭାନେତ୍ରୀ ଦମୟନ୍ତୀ ରାଉତ ଓ ଯୁବ ସମାଜସେବୀ ଚରଞ୍ଜିବି ମହାନ୍ତି ସଂଜୀବଙ୍କୁ ସ୍ୱାଗତ କରିଛନ୍ତି!
.......................................
ହିନ୍ଦୁସ୍ଥାନ ସମାଚାର / ରବି